Latest Odisha News

BREAKING NEWS

ହାଲ କର୍ମଚାରୀ ହନିଟ୍ରାପର ଶିକାର; ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

କୋରାପୁଟ: ହନିଟ୍ରାପର ଶିକାର ହୋଇ ଡାଟା ଲିକ କରୁଥିବା ଅଭିଯୋଗ, କୋରାପୁଟ ହାଲର ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ସକାଳଠୁ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇ କୌଣସି ଅଜ୍ଞାତସ୍ଥାନରେ ସିବିଆଇ ଜେରା କରୁଥିବା ସୂଚନା ରହିିଛି।

୨ କର୍ମଚାରୀ ହେଲେ ଦେବାଶିଷ କୁମାର ନାୟକ ଓ ସତ୍ୟଜିତ ଖାଡେଙ୍ଗା। ତେବେ ରିପୋର୍ଟ ଲେଖାଯିବା ବେଳକୁ ସିବିଆଇ ଚଢ଼ଉ ଜାରି ରଖିଛି। ଚଢ଼ଉ କରିଥିବା ଟିମ୍‌ ମହାରାଷ୍ଟ୍ରର ନାସିକରୁ ଆସିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସିବିଆଇ ହାତରେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ‘ହାଲ’ର ଅଧିକାରୀ ହୋଇଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ବୋଲି ସୂଚନା ମିଳିଛି।

ଦେବାଶିଷ କୁମାର ନାୟକଙ୍କ ଲାପଟୋପ ଓ ହାର୍ଡ ଡିସ୍କ ଜବତ କରିଛି ସିବିଆଇ। ସତ୍ୟଜିତ ଖାଡେଙ୍ଗା ଆସେମ୍ବଲି ବିଭାଗର ଅଧିକାରୀ। ‘ହାଲ’ରେ ଅଚାନକ ସିବିଆଇ ଚଢ଼ଉକୁ ନେଇ କୋକୁଆ ଭୟ ଦେଖା ଦେଇଛି। ହନିଟ୍ରାପରେ ଡାଟା ଲିକ୍ କରି ଏହି ୨ ଜଣ ଫସିଥିବା ଚର୍ଚ୍ଚା ହେଉଛି। ତେବେ ଘଟଣାର ତଦନ୍ତ ପରେ ଅଧିକ ତଥ୍ୟ ଆସିପାରେ।

 

 

 

Comments are closed.