Latest Odisha News

ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ବୃଦ୍ଧି: ଗତ ବର୍ଷ ତୁଳନାରେ ଆଦାୟ ହୋଇଛି ୨୪ ପ୍ରତିଶତରୁ ଅଧିକ ଟ୍ୟାକ୍ସ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ୨୪ ପ୍ରତିଶତ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ କରାଯାଇଛି। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରଣାଲୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତବର୍ଷ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୪.୦୯ ପ୍ରତିଶତରୁ ଅଧିକ ଡାଇରେକ୍ଟ ଟ୍ୟାକ୍ସ ଆଦାୟ ହୋଇଥିବା ଡାଇରେକ୍ଟ ଟ୍ୟାକ୍ସ ପ୍ରୋଭିଜନାଲ ତଥ୍ୟରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ୨୦୨୩ ଫେବ୍ରୁଆରୀ ୧୦ ତାରିଖ ସୁଧା ୨୦୨୨-୨୩ ଆର୍ଥିକ ବର୍ଷରେ ୧୫.୬୭ ଲକ୍ଷ କୋଟି ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ହୋଇଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ତେବେ ସେଥିମଧ୍ୟରୁ  କରଦାତାଙ୍କର ରିଫଣ୍ଡ ପରେ ମୋଟ ଡାଇରେକ୍ଟ ଟ୍ୟାକ୍ସ ୧୨.୯୮ ଲକ୍ଷ କୋଟି ରହିଛି। ଏହି ରାଶି ଗତ ଆର୍ଥିକ ବର୍ଷ ତୁଳନାରେ ୧୮.୪୦ ପ୍ରତିଶତରୁ ଅଧିକ। ଚିଳତ ଆର୍ଥିକ ବର୍ଷର ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ବଜେଟ୍‌ ଆକଳନର ୯୧.୩୯ ପ୍ରତିଶତ ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷର ରିଭାଇଜ୍ଡ ଏଷ୍ଟିମେଟର ଏହା ୭୮.୬୫ ପ୍ରତିଶତ ବୋଲି ଅର୍ଥମନ୍ତ୍ରାଳୟ କହିଛି।

ଅନ୍ୟପଟେ ସମାନ ଅବଧିରେ କରପୋରେଟ୍ ଇନ୍‌କମ୍ ଟ୍ୟାକ୍ସରେ ୧୯.୩୩ ପ୍ରତିଶତ ବୃଦ୍ଧି ହୋଇଛି। ପର୍ଶନାଲ ଇନ୍‌କମ ଟ୍ୟାକ୍ସ ଓ ଶେୟାର କିଣାବିକା ହେଉଥିବା ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସକୁ ମିଶାଇଲେ ମୋଟ ୨୯.୬୩ ପ୍ରତିଶଥ ଟ୍ୟାକ୍ସ ଆଦୟ ହୋଇଛି। ଆଉ ରିଫଣ୍ଡ ଦେବା ପରେ ମୋଟ କୋରପୋରେଟ୍ ଆୟକର ୧୫.୮୪ ପ୍ରତିଶତ ଓ ବ୍ୟକ୍ତିଗତ ଆୟକର ୨୧.୯୩ ପ୍ରତିଶତ ଅଧିକ ଆଦୟ ହୋଇଛି। ସେହିପରି ପର୍ଶନାଲ ଇନକମ ଟ୍ୟାକ୍ସରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ(ଏସ୍‌ଟିଟି)କୁ  ମିସାଇଲେ ଟ୍ୟାକ୍ସ କେଲକ୍ସନ ୨୧.୨୩ ପ୍ରତିଶତକୁ ବୃଦ୍ଧି ପାଇଛି।

ସଂସଦରେ ଅର୍ଥମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ.  ୨୦୨୨ ଏପ୍ରିଲ ପହିଲା ଠାରୁ ୨୦୨୩ ଫେବ୍ରୁଆରୀ ୧୦ ପର୍ଯ୍ୟନ୍ତ ମୋଟ ୨.୬୯ ଲକ୍ଷ କୋଟି ଟ୍ୟାକ୍ସ ରିଫଣ୍ଡ କରାଯାଇଛି। ଗତବର୍ଷର ସମସ୍ତ ଅବଧି ତୁଳନାରେ ଏଥର ୬୧.୫୮ ପ୍ରତିଶତରୁ ଅଧିକ ରିଫଣ୍ଡ ହୋଇଛି। ଏହା ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୪.୨୦ ଲକ୍ଷ କୋଟି ଟ୍ୟାକ୍ସ କଲେକ୍ସନ ହେବ ବୋଲି କେନ୍ଦ୍ର ସରକାର ଆକଳନ କରିଥିଲେ। ହେଲେ ଆକଳନ ଠାରୁ ଠାରୁ କର ଆଦାୟ ହୋଇଛି।

Comments are closed.