Latest Odisha News

BREAKING NEWS

ଭଗବାନ ବଜରଙ୍ଗ ୱାଲୀଙ୍କୁ ନୋଟିସ ପଠାଇଲା ରେଳ ବିଭାଗ

ମୁରୈନା: ମଧ୍ୟପ୍ରଦେଶ ମୁରୈନାରେ ରେଳ ବିଭାଗର ଏକ ନୋଟିସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭଗବାନ ବଜରଙ୍ଗୱାଲୀଙ୍କୁ ଅତିକ୍ରମଣ ହଟେଇବା ପାଇଁ ଏହି ନୋଟିସ ଦିଆଯାଇଛି । ୭ ଦିନ ପରେ ନ ହଟିଲେ ରେଳ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି । ଗ୍ୱାଲିୟର-ଶୈୟପୁରର ଲାଇନ କାମ ଚାଲିଛି । ଏହି ବ୍ରଡଗଜ ଲାଇନ ଯିବା ରାସ୍ତାରେ ହନୁମାନଙ୍କ ଏକ ମନ୍ଦିର ରହିଛି । ସେଥିପାଇଁ ଏହି ନୋଟିସ ଜାରୀ କରାଯାଇଛି । ଏ ନେଇ ରେଳ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ପରେ ନୋଟିସ ଠିକ ଅଛି ବୋଲି କହିଛନ୍ତି । ରେଳବାଇ ଜମିରେ ଠାକୁରଙ୍କ ମନ୍ଦିର ରହିଛି । ସେଥିପାଇଁ ମନ୍ଦିରକୁ ନୋଟିସ ପଠାଯାଇଛି ।

ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପ୍ରଶାସନ ଏହି ଦାୟିତ୍ୱ ହାତକୁ ନେବ । ଏ ବାବଦକୁ ଯାହା ଖର୍ଚ୍ଚ ହେବ ତାହା ମନ୍ଦିର ଏବଂ ଏହାର ମାଲିକ ବହନ କରିବେ । ରେଳବିଭାଗର ଏହି ନୋଟିସ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

Comments are closed.