Latest Odisha News

BREAKING NEWS

ଏଣିକି ସ୍ମାର୍ଟ ପାର୍କିଂ: ଅନ ଲାଇନରେ କରିବେ ବୁକିଂ, ହ୍ଵାଟ୍ସଅପରେ ଆସିବ ବିଲ

ଲକ୍ଷ୍ନୌ:ଅନ ଲାଇନରେ କରିବେ ଗାଡି ପାର୍କିଂ । ହ୍ଵାଟ୍ସଅପରେ ଆସିବ ବିଲ । ଘଣ୍ଟା ମିନିଟର ହିସାବ କରି ଗଣିବେ ଫି । ଏମିତି ଡିଜିଟାଲ ପାର୍କିଂ ଆରମ୍ଭ ହୋଇଛି ଉତ୍ତରପ୍ରଦେଶରେ ।

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସମେତ ସବୁ ପ୍ରମୁଖ ସହରରେ ଏବେ ସ୍ମାର୍ଟ ପାର୍କିଂ ସିଷ୍ଟମ କାର୍ଯ୍ୟକାରୀ ହେବ । ଏଥିପାଇଁ ନଗର ନିଗମ ବିଭାଗ ଦିଲ୍ଲୀର ଏକ କମ୍ପାନୀ “ ମାଇଁ ପାର୍କିଂ’ ସହ ଏମଓ୍ରୟୁ ସ୍‌:ାକ୍ଷର କରିଛି । ଏ ନେଇ ମାଇଁ ପାର୍କିଂ ଆପର ସଂସ୍ଥାପକ କରଣ ସିଂ ସବିଶେଷ ସୂଚନା ଦେଇଛନ୍ତି ।

ଦିଲ୍ଲୀ ନଗର ନିଗମର ସବୁ ପାର୍କିଂ ସ୍ଥାନରେ ଏହି ସୁବିଧା ଦେଇଛି ଯୋଗାଇ ଦେଇଛି । କରଣ ସିଂହଙ୍କ କହିବା ଅନୁଯାୟୀ, ପାର୍କିଂ ସ୍ଥାନରେ ବୁମ ବ୍ୟାରିଅର, ଫାଷ୍ଟଷ୍ଟାଗ ରିଡର ଆଦି ଲଗାଯାଇଛି । ଏହାଦ୍‌:ାରା ଲୋକ ମାଇଁ ଆପରେ ଆଖପାଖରେ ପାର୍କିଂ ସ୍ଥିତି ଦେଖି ଖାଲି ଜାଗାରେ ଗାଡି ରଖିବା ପାଇଁ ଅନଲାଇନ ବୁକିଂ କରିପାରିବେ । ଏଥିପାଇଁ ଦିନ ଏବଂ ସମୟ ହିସାବ ଅନୁସାରେ ଫି ଦେବାକୁ ପଡିବ । ସାଙ୍ଗେ ସାଙ୍ଗେ ରସିଦ ତୁମର ହ୍ଵାଟ୍ସଅପ ଅପକୁ ଚାଲିଯିବ । ଏହାକୁ ଦେଖାଇ ଜଣେ ପାର୍କିଂ ସ୍ଥାନରେ ଗାଡିପାର୍କିଂ କରିପାରିବ ।

ଜଣେ ଚାହିଁଲେ ଫାଷ୍ଟଟାଗରୁ ମଧ୍ୟ ନିର୍ଦ୍ଧାରିତ ସମୟ ପାଇଁ ଟଙ୍କା କାଟି ଦେଇପାରିବ । ଏହା ଦ୍ୱାରା ଲୋକଙ୍କ ସମୟ ବଞ୍ଚିବ ଏବଂ ଭିଡରୁ ମଧ୍ୟ ମୁକ୍ତି ମିଳିବ । ସେତିକି ନୁହେଁ, ସବୁ ପାର୍କିଂ ସ୍ଥାନରେ ଇଲେକ୍ଟ୍ରିକ ଯାନ ଚାର୍ଜିଂ ପାଇଁ ବ୍ୟବସ୍ଥା ରହିବ । ଲୋକ ଯେତେ ଅଧିକ ସମୟ ଗାଡି ପାର୍କିଂ କରିବେ ସେତିକି ସମୟ ଇ-ଭେଇକିଲକୁ ସେତିକି ସମୟ ଚାର୍ଜରେ ବସେଇ ପାରିବେ । ଏହା ପରିବେଶ ପାଇଁ ବେଶ ଅନୁକୁଳ ହେବ । ଏମଓୟୁ ଅନୁସାରେ ୟୁପିରେ ୨୦୦ ପାର୍କିଂକୁ ଏହି ମଡେଲରେ ବିକସିତ କରିବାର ଯୋଜନା ରଖିଛି ନଗର ନିଗମ ବିଭାଗ ।

Comments are closed.