Latest Odisha News

BREAKING NEWS

୩ୟ ଟି୨୦: ୱେଷ୍ଟଇଣ୍ଡିଜକୁ ୧୪ ରନ୍‌ରେ ହରାଇଲା ଭାରତ, ସିରିଜ୍‌ରେ ୨-୧ରେ ଆଗୁଆ

ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୧୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ଭାରତ ୨-୧ ରେ ଅଗ୍ରଣୀ ହାସଲ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୨୨୩ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା । ଅଭିଷେକ ଶର୍ମା ମାତ୍ର ୩୦ ବଲ୍‌ରୁ ୬୯ ରନ୍‌ର ଧୁଆଁଧାର ପାରୀ ଖେଳିଥିଲେ । ଇଶାନ କିଷାନ ୩୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ରୋଷ୍ଟନ ଚେଜ, ସ୍ୟାମର ଜୋସେଫ ଓ ସ୍ପ୍ରିଙ୍ଗର ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୨୨୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଶିମରନ୍ ହେଟମାୟର ସର୍ବାଧିକ ୪୩ ରନ୍ କରିଥିଲେ । ସ୍ୟାମର ସ୍ପ୍ରିଙ୍ଗର ଶେଷ ଭାଗରେ ୧୧ ବଲରୁ ୩୫ ରନ ସଂଗ୍ରହ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଚମତ୍କାର ବୋଲିଂ କରି ୩ଟି ୱିକେଟ୍ ନେଇଥିବା ବେଳେ ନମନ ଧୀର ୨ଟି ୱିକେଟ୍ ହାସଲ କରିଥିଲେ।

Leave A Reply

Your email address will not be published.