ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡରୁ ବାଘ ଚମଡ଼ା ଜବତ କଲା ବାଲିଗୁଡ଼ା ବନ ବିଭାଗ ।ଏହି ଜବତ ଘଟଣାରେ ଆଉ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି ।ବାଲିଗୁଡ଼ା ଡ଼ିଏଫଓ ଘନଶ୍ୟାମ ମହନ୍ତଙ୍କ ସୂଚନାନୁସାରେ ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ଶିକାରୀ ସମେତ ଦୁଇ ଜଣ ସପ୍ଲାୟର ରହିଛନ୍ତି । ଗିରଫ ଶିକାରୀ ଜଣକ ଟିକାବାଲି ଥାନା ରାଜିକାଖୋଲ ଗାଁର ଦିଗାମ୍ବର କଂହର ।
ଦୁଇ ସପ୍ଲାୟର ଜାବେଡି ଗାଁ ର ଅମିତାଭ ବଚନ ପ୍ରଧାନ ଓ ତୋଫାନ ପ୍ରଧାନ ।
ଗିରଫ ଶିକାରୀ ଦିଗାମ୍ବରଙ୍କ ଘରେ ବନ ବିଭାଗ ଛାନଭିନ ବେଳେ ଗୋଟିଏ ଦେଶୀ ବନ୍ଧୁକ, ବାଘ ନଖ, ବାଘ ଦାନ୍ତ ସମେତ ବାଘ ଶରୀରର ଅନ୍ୟାନ୍ୟ ଅଂଶ ଜବତ କରିଛି । ଗତ ସେପ୍ଟେମ୍ବର ୧୭ ରେ ବାଲିଗୁଡା ବସଷ୍ଟାଣ୍ଡ ରେ ବାଘ ଛାଲ ଡିଲ୍ ପୂର୍ବରୁ ବନ ବିଭାଗ ଚଢ଼ାଉ କରିଥିଲା । ବାଲିଗୁଡ଼ା ବସ୍ ଷ୍ଟାଣ୍ଡରୁ ଦୁଇଟି ବାଘ ଚମଡା ଜବତ ସହ ଫିରିଙ୍ଗିଆ ର ଉତ୍ତମ ମାଝ କୁ ଗିରଫ କରିଥିଲା ।
ଗିରଫ ଶିକାରୀ ଜଣକ ନିଜ ରାଜିକାଖୋଲ ଗାଁ ନିକଟରେ ଥିବା ଜଙ୍ଗଲରୁ କଲରାପତିଆବାଘ ମାରିବା ପରେ ଦୁଇ ସପ୍ଲାୟରକୁ ବିକ୍ରି କରିଥିଲେ । ଶିକାରୀଠାରୁ ଦୁଇ ସପ୍ଲାୟର ଦୁଇଟି ବାଘ ଚମଡା ଆଣି ପୁଣି ଫିରିଙ୍ଗିଆ ଅଂଚଳର ଉତ୍ତମ ମାଝୀ କୁ ବିକ୍ରି କରିଥିବା ତଦନ୍ତରୁ ଜଣା ପଡିଛି ।

