Latest Odisha News

BREAKING NEWS

ଏଆଇ, ପରମାଣୁ ଯୁଦ୍ଧ, ଜୈବଅସ୍ତ୍ର ଆଗାମୀ ୭୫ ବର୍ଷରେ ମାନବଜାତି ପାଇଁ ବିପଦ: ରିପୋର୍ଟ

ନୂଆଦିଲ୍ଲୀ: ପରମାଣୁ ଯୁଦ୍ଧ, ଏଆଇର ବ୍ୟବହାର ଏବଂ ଜୈବ ଅସ୍ତ୍ରର ବ୍ୟବହାରକୁ ରୋକା ନ ଯାଏ ତେବେ ଆଗାମୀ ୭୫ ବର୍ଷ ମଧ୍ୟରେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ପ୍ରସିଦ୍ଧ ମେଡିକାଲ୍ ଜର୍ଣ୍ଣାଲ ଦି ଲ୍ୟାସେଂଟର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ ସମୟରେ ପରମାଣୁ ଯୁକ୍ତ ଏବଂ ଆର୍ଟିଫିଶିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)ର ଭୁଲ୍ ବ୍ୟବହାର ମାନବ ସମାଜର ଅସ୍ତିତ୍ବ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ଏଆଇର ଦୁରପଯୋଗ ଦ୍ୱାରା ଏପରି କ୍ଷତିକାରକ ଜୈବିକ ଅସ୍ତ୍ର  ତିଆରି କରାଯାଇପାରିବ, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସଙ୍କଟରେ ପକାଇପାରେ । ପରମାଣୁ ଯୁକ୍ତ ହେଲେ ବାୟୁମଣ୍ଡଳରେ ସୂର‌୍ୟ୍ୟକିରଣ ବାଧାପ୍ରାପ୍ତ ହେବ, ଯାହାଫଳରେ ବିଶ୍ୱବ୍ୟାପୀ ଭୀଷଣ ଦୁର୍ଭିକ୍ଷ ଏବଂ ଖାଦ୍ୟ ସଙ୍କଟ ଦେଖାଦେଇପାରେ ।

ରିପୋର୍ଟରେ ପରମାଣୁ ଯୁକ୍ତ ଏବଂ ଏଆଇ ବ୍ୟତୀତ ଅନ୍ୟ କେତୋଟି ବଡ଼ ସ୍ୱାସ୍ଥ୍ୟଗତ ବିପଦର ଚିହ୍ନଟ କରାଯାଇଛି, ଯେପରିକି ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ୱାର୍ମିଂ, ବାୟୁ ପ୍ରଦୂଷଣ ଏବଂ ପ୍ରାକୃତିକ ମହାମାରୀ, ପିଲାମାନଙ୍କ ମଧ୍ୟରେ କୁପୋଷଣ ଏବଂ ମୋଟାପଣ, ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସହାୟତାରେ ହ୍ରାସ (ବିଶେଷକରି ସବ୍-ସାହାରା ଆଫ୍ରିକାରେ), ଆୟରେ ଅସମାନତା ଏବଂ ଶିକ୍ଷାର ଅଭାବ ତା ମଧ୍ୟରେ ରହିଛି । ଯଦି ଗ୍ଲୋବାଲ୍ ୱାର୍ମିଂକୁ ୧.୮ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ସୀମିତ ରଖାଯାଏ, ତେବେ ଲକ୍ଷ କୋଟି ସ୍ୱାସ୍ଥ୍ୟଗତ କ୍ଷତି ଏବଂ ଅସମୟ ମୃତ୍ୟୁକୁ ଏଡ଼ାଇହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହି ବିପଦଗୁଡ଼ିକର ମୁକାବିଲା କରିବା ପାଇଁ ବିଶ୍ୱର ନେତା ଓ ସରକାରମାନଙ୍କୁ ବର୍ତ୍ତମାନଠାରୁ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।

 

 

Leave A Reply

Your email address will not be published.