ମୁମ୍ବାଇ: ବଲିଉଡ଼ର ହାସ୍ୟ ଅଭିନେତାଙ୍କ ମଧ୍ୟରୁ କପିଲ ଶର୍ମା ହେଉଛନ୍ତି ଅନ୍ୟତମ । ଭଲ ଗୀତ ଗାଇବା ସହ ଅଭିନୟ ମଧ୍ୟ କରି ପାରନ୍ତି କପିଲ । ୨୦୧୮ ମସିହାରେ ସେ ଗିନ୍ନି ଚାଟ୍ରାଥଙ୍କୁ ବିବାହ କରିଥିଲେ । କିନ୍ତୁ ଗିନ୍ନିଙ୍କୁ ବିବାହ କରିବା ପୂର୍ବରୁ କପିଲ ଟିଭି ପ୍ରଡ଼୍ୟୁସର ପ୍ରୀତି ସିମୋସଙ୍କୁ ଭଲ ପାଉଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୮୦ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିଲା ।
କପିଲ ଏକ ଶୋ’ରେ କହିଛନ୍ତି ଯେ, ସ୍କୁଲରେ ପଢୁଥିବା ବେଳେ ପ୍ରୀତିଙ୍କୁ ସେ ବହୁତ ଭଲ ପାଉଥିଲେ । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବେଳେ ଦିନେ ପ୍ରୀତିଙ୍କୁ ଏକ ରେସ୍ତୋରାଁକୁ ନେଇଥିଲେ କପିଲ । ସେଠାରେ ଉଭୟ ପିଜା ଓ କୋଲଡ଼ିଙ୍କିସ୍ ମଗାଇ ଖାଇଥିଲେ । ସେତେବେଳେ କପିଲଙ୍କ ପାଖରେ ମାତ୍ର ୮୦ ଟଙ୍କା ଥିଲା । ତାଙ୍କର ଧାରଣା ଥିଲା ସେହି ଟଙ୍କାରେ ପିଜା ଓ କୋଲଡ଼୍ରିଙ୍କ୍ସ ହୋଇଯିବ । ହେଲେ ଖାଇବା ପରେ ବିଲ୍ ଅଧିକ ହୋଇଥିଲା । କପିଲଙ୍କ ପାଖରେ ଏତେ ଟଙ୍କା ନ ଥିବା ଜାଣିବାରୁ ପ୍ରୀତି ହଠାତ୍ ରାଗିଯାଇ ଲୋକଙ୍କ ଆଗରେ ତାଙ୍କୁ ଅପଦସ୍ତ କରିଥିଲେ, ଯାହା ତାଙ୍କୁ ବହୁତ ଅପମାନିତ କରିଥିଲା । ଏହି ଛୋଟିଆ କଥାରୁ ହିଁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । କପିଲ କହିଛନ୍ତି ଯେ, ପ୍ରୀତିଙ୍କ ପ୍ରଯୋଜନାରେ ହିଁ କପିଲ ଶର୍ମା ଶୋ ଆୟୋଜିତ ହୋଇଥିଲା । ଏଥିସହିତ ତାଙ୍କୁ ନେଇ ଅନେକ କମେଡ଼ି ଶୋ ମଧ୍ୟ ପ୍ରଯୋଜନା କରିଛନ୍ତି ପ୍ରୀତି । ୮ ବର୍ଷର ସମ୍ପର୍କ ମାତ୍ର ୮୦ ଟଙ୍କା ପାଇଁ ଛିନ୍ନ ହୋଇଥିଲା ବୋଲି କହିଛନ୍ତି କପିଲ ।
ପରେ ତାଙ୍କର କଲେଜ ଫ୍ରେଣ୍ଡ ଗିନ୍ନିଙ୍କୁ ବିବାହ କରିଥିଲେ କପିଲ । ଏବେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।
BREAKING NEWS
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
Comments are closed.