Latest Odisha News

BREAKING NEWS

ଯାଜପୁରରେ ଠାବ ହେଲା ବ୍ରାଉନ ସୁଗାର ରାକେଟ, ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରୁ ସ୍ଥାନୀୟ ପୋଲିସ ଏକ ବ୍ରାଉନ ସୁଗାର ରାକେଟ ଠାବ କରିଛି । ଏଥିରେ ବ୍ରାଉନସୁଗାର ବିକ୍ରି କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ସେମାନଙ୍କଠାରୁ ୨୫ଗ୍ରାମ୍ ବ୍ରାଉନ ସୁଗାର, ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ସହିତ ନଗଦ ୨୦ହଜାର ୭୦୦ ଟଙ୍କା ମଧ୍ୟ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ମାନେ ହେଲେ ସ୍ଥାନୀୟ ପଦ୍ମପୁର ଅଞ୍ଚଳର ଦିଲ୍ଲିପ୍ ମହାନ୍ତି, ଦଳା ଅଞ୍ଚଳର ସଞ୍ଜିତ୍ ସିଂ ଓ ରାଇସମିଲ୍ ଅଞ୍ଚଳର ବାରିସା ମୁର୍ମୁ।

ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ଥାନାରେ ବିଭିନ୍ନ ଅପରାଧୀକ ମାମଲା ରୁଜୁ ହୋଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.