Latest Odisha News

BREAKING NEWS

ପୂଜା କରିବା ସମୟରେ କେଉଁ ଦିଗକୁ ମୁଁହ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ

ପୁରୀ: ପୂଜା-ପାଠ କରିବା ଦ୍ବାରା ମନ ଶାନ୍ତ ରହିବା ସହ ଶରୀରରେ ମଧ୍ୟ ସକରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଅନେକ ଲୋକ ଘରେ ପୂଜା-ଅର୍ଚ୍ଚନା କରୁଥିବା ବେଳେ ଆଉ କିଛି ଲୋକ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି ।

ତେବେ ଆପଣ ଜାଣିଛନ୍ତି କି ପୂଜା କରିବା ସମୟରେ କେଉଁ ଦିଗକୁ ମୁହଁ କରି ପୂଜା କଲେ ଶୁଭଫଳ ମିଳିଥାଏ । ଏହା ସହିତ ଭଗବାନଙ୍କର ମୁହଁ ମଧ୍ୟ କେଉଁ ଦିଗକୁ ହେବା ଶୁଭ ହୋଇଥାଏ । ଏସବୁ ବିଷୟରେ ଯଦି ଜାଣି ନାହାନ୍ତି ତେବେ ଏବେ ଜାଣନ୍ତୁ..

ବାସ୍ତୁ ଅନୁଯାୟୀ ଦେଖିଲେ ଅଧିକାଂଶ ଲୋକ ଘରେ ପୂଜା-ବିଧାନ ଭୁଲ ଉପାୟରେ କରିଥାନ୍ତି।

-ଅନେକ ଲୋକ ପୂଜା କରିବା ସମୟରେ ନିଜ ମୁହଁ ପୂର୍ବକୁ କରି ଭଗବାନଙ୍କ ମୁହଁ ପଶ୍ଚିମ ଦିଗକୁ ରଖିଥାନ୍ତି । ମାତ୍ର ଧର୍ମଶାସ୍ତ୍ର ଅନୁସାରେ ଭଗବାନଙ୍କ ପ୍ରତିମା ସର୍ବଦା ସୂର୍ଯ୍ୟଙ୍କ ଠାରୁ ଶକ୍ତି ନେଇଥାନ୍ତି ।

-ଏପରିକି ଯଦି ସୂର୍ଯ୍ୟଙ୍କ କିରଣ ଭଗବାନଙ୍କ ମନ୍ଦିରରେ ନପଡେ ତେବେ ସେହି ମନ୍ଦିର ବେକାର ହୋଇଥାଏ ।

-ଏହା ବ୍ୟତିତ ଭଗବାନଙ୍କ ଶକ୍ତି ମଧ୍ୟ କମ ହୋଇଯାଇଥାଏ।

-କୈଳାସ ଠାରୁ ଆରମ୍ଭକରି କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ମନ୍ଦିରର ମୁଖ ପୂର୍ବ ଦିଗକୁ ରହିଛି । ଏହି ମନ୍ଦିର ଗୁଡ଼ିକ ମଧ୍ୟ ବାସ୍ତୁଶାସ୍ତ୍ର ହିସାବରେ ନିର୍ମାଣ କରାଯାଇଛି । କାରଣ ସୂର୍ଯ୍ୟଦୋୟ ପରେ ପରେ ହିଁ ସୂର୍ଯ୍ୟଙ୍କର କିରଣ ଯେପରି ଭଗବାନଙ୍କ ମୂର୍ତ୍ତି ଉପରେ ପଡ଼ିପାରିବ।

-ଘର ମଧ୍ୟରେ ତ ସୂର୍ଯ୍ୟ କିରଣ ଆସିବା ସମ୍ଭବ ହୋଇନଥାଏ, କିନ୍ତୁ ଆପଣମାନେ ପୂଜା କରିବା ସ୍ଥାନ ରେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ କରି ସ୍ଥାପନ କରନ୍ତୁ।

-ଘରେ ପୂଜା କରିବା ସମୟରେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ ଏବଂ ଆପଣଙ୍କ ମୁହଁ ପଶ୍ଚିମ ଦିଗକୁ ରଖନ୍ତୁ।

-ସେହିପରି ପୂଜା କରିବା ସମୟରେ ଅନେକ ଲୋକ ଭଗବାନଙ୍କ ପ୍ରତିମା ସାମ୍ନାରେ ଛିଡ଼ା ହୋଇ ପୂଜା-ଆଳତି କରିଥାନ୍ତି, କିନ୍ତୁ ଏପରି କରିବା ଅଶୁଭ ହୋଇଥାଏ। ଏପରି ସ୍ଥଳେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ ରଖିଥିଲେ ଆପଣ ଉତ୍ତର ଦିଗକୁ ମୁହଁ କରି ଆଳତି କରନ୍ତୁ। ଏପରି କରିବା ଦ୍ବାରା ଆଶାତୀତ ଫଳପ୍ରାପ୍ତି ହେଉଥିବା ବିଶ୍ୱାସ ରହିଛି।

Leave A Reply

Your email address will not be published.