Latest Odisha News

BREAKING NEWS

ଲାଇନ୍‌ତ୍ୟୁତ ହେଲା ଗୋଦାବରୀ ଏକ୍ସପ୍ରେସ; ଟ୍ରେନ୍‌ ଟ୍ରାକ୍‌ରୁ ବାହାରିଗଲା ୬ ବଗି

ହାଇଦ୍ରାବାଦ: ଲାଇନ୍‌ତ୍ୟୁତ ହେଲା ଗୋଦାବରୀ ଏକ୍ସପ୍ରେସ। ବିଶାଖାପାଟନମରୁ ସିକନ୍ଦରାବାଦ ଯାଉଥିବା ବେଳେ ବୁଧବାର ସକାଳେ ଟ୍ରେନ୍‌ଟି ବିବିନଗରରୁ ଘାଟକେଶ୍ୱର ମଝିରେ ଲାଇନ୍‌ଚ୍ୟୁତ ହୋଇଛି। ଏକ୍ସପ୍ରେସ୍‌ରେ ୬ଟି  ବଗି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି।

ତେବେ ସୌଭାଗ୍ୟର କଥା ହେଲା ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚିନି। ଲାଇନଚ୍ୟୁତ ହେବା ପରେ ରେଲ୍‌ୱେ ଟ୍ରାକ୍ ଖରାପ ହୋଇଛି। ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଟ୍ରେନ୍‌ ଟ୍ରାକ୍ ଖରାପ ହୋଇଯାଇଥିବାରୁ ଉକ୍ତ ଲାଇନ୍‌ରେ ରେଳ ସେବା ବାଧାପ୍ରାପ୍ତ ହୋଇଛି।


ଏହି ଘଟଣାରେ ଯାତ୍ରୀମାନେ ମଧ୍ୟ ହଇରାଣ ହୋଇ ନାହାନ୍ତି। ଗୋଦାବରୀ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହେବା ପରେ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ପରେ ଲାଇନ୍‌ଚ୍ୟୁତ ବଗିଗୁଡ଼ିକୁ ଅଲଗା କରି ବାକି ବଗି ଯୋଡ଼ି ଯାତ୍ରୀମାନଙ୍କୁ ନିଜ ନିଜ ସ୍ଥାନରେ ପଠାଇ ଦିଆଯାଇଛି ବୋଲି ରେଳବାଇ କର୍ମଚାରୀ ସୂଚନା ଦେଇଛନ୍ତି।

 

Comments are closed.