Latest Odisha News

BREAKING NEWS

ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ଭାବନା ରହିଛି – ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ଭାବନା ରହିଛି ବୋଲି ଆଜି ଓଡ଼ିଶା ରାଜ୍ୟ ସରକାର ଆଶଙ୍କା ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ରାଜ୍ୟରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଆଶଙ୍କା ବ୍ୟକ୍ତ କରିଛନ୍ତି । “ଗତ ୨ଦିନ ଧରି ପ୍ରବଳ ବର୍ଷା ହେବା ସତ୍ୱେ ବନ୍ୟାର ଆଶଙ୍କା ନଥିଲା, କିନ୍ତୁ ଲଗାଣ ବର୍ଷା ଜାରି ରହିବାରୁ ଏବେ ପରିସ୍ଥିତି ଗମ୍ଭୀରତା ଆଡ଼କୁ ଯାଉଛି” । ବୋଲି କହିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି ।

ବନ୍ୟା ପରିିସ୍ଥିତି ମୁକାବିଲା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, “ଆମେ ପରିସ୍ଥିତିକୁ ଗମ୍ଭୀରତାର ସହିତ ନିରୀକ୍ଷଣ କରୁଛୁ, ପରିସ୍ଥିତିକୁ କିପରି ମୁକାବିଲା କରାଯିବ ସେଥିଲାଗି ଯୋଜନା ପ୍ରସ୍ତୁତ ହେଉଛି” ।

ବନ୍ୟା ପରିସ୍ଥିତି ଦେଖାଗଲେ ଧନ ଜୀବନର ସଠିକ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି, ପରିସ୍ଥିତିର ମୁକାବିଲା ଲାଗି ସମସ୍ତ ଜିଲ୍ଲା ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି, ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାନ୍ତି ।

ରାଜ୍ୟର ଗଜପତି, ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲା ବ୍ୟତୀତ ସମସ୍ତ ୨୬ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.