ଭୁବନେଶ୍ବର : ଆଜି ମହାଶିବରାତ୍ରି। ପବିତ୍ର ଜାଗର ବ୍ରତ। ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମାନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ସକାଳୁ ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାତିରୁ ଏକାମ୍ର କ୍ଷେତ୍ରର ପ୍ରାୟ ସବୁ ଶୈବ ପୀଠ ରଙ୍ଗିନ୍ ଆଲୋକରେ ଝଲସୁଛି। ଶ୍ରଦ୍ଧାଳୁମାନେ ରାତିସାରା ବସି ଜାଗର ଦୀପ ଜାଳିବାକୁ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏକାମ୍ର କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ।
ପୂର୍ବ ନିର୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ସବୁ ପ୍ରସିଦ୍ଧ ଶିବ ମନ୍ଦିରରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବି ରାତି ୧୦ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ। ଭୀମେଶ୍ୱର ଦେବ ମନ୍ଦିରରେ ରାତି ସାଢେ ୧୦ଟା ରେ, ମେଘେଶ୍ଵରରେ ୧୦ଟା ୧୦ରେ, ବ୍ରହ୍ମେଶ୍ୱର ମନ୍ଦିରରେ ରାତି ୧୦ଟା ୨୦ରେ ମହାଦୀପ ଉଠିବ
ଆଜି ଶିବ ମନ୍ଦିରମାନଙ୍କରେ ବିଧି ଅନୁସାରେ ଜାଗର ମେଳା ଅନୁଷ୍ଠିତ ହେଉଥିବା ବେଳେ କେତେକ ମନ୍ଦିରରେ ଭଜନ ସମାରୋହ, ଅଷ୍ଟପ୍ରହରୀ ନାମଯଜ୍ଞ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସେହିଭଳି ମହାଦୀପ ଉଠିବା ପରେ ବହୁ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। କିଛି ମନ୍ଦିରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଡ଼ବଡ଼ ଶୈବ ପୀଠରେ ରାତିତମାମ୍ କାମ ଚାଲିଛି।
ପୁରୁଣା ଭୁବନେଶ୍ବରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ମନ୍ଦିର ପ୍ରଶାସନ, ଏଏସ୍ଆଇ, କମିସନରେଟ୍ ପୁଲିସ, ବିଏମ୍ସି ଓ ଜିଲ୍ଲା ପ୍ରଶାସନ ସବୁ ବିଭାଗରୁ ପ୍ରସ୍ତୁତି ଶେଷ ହୋଇଛି। ଭାଗବତ ପାରାୟଣ, ରାମଚରିତ ମାନସ ପାରାୟଣ ସହ ସନ୍ଧ୍ୟାରେ ହେବ ଭଜନ ସମାରୋହ। ଅନୁରାଧା ପୌଡ଼ୱାଲଙ୍କ ସହ ବାବୁଲ୍ ସୁପ୍ରିୟୋ ଓ ବେଲା ସୁଲାଖେ ଭକ୍ତି ସଙ୍ଗୀତ ପରିବେଷଣ କରିବେ।
BREAKING NEWS
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
Comments are closed.