ଭୁବନେଶ୍ବର : ଆଜି ମହାଶିବରାତ୍ରି। ପବିତ୍ର ଜାଗର ବ୍ରତ। ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମାନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ସକାଳୁ ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାତିରୁ ଏକାମ୍ର କ୍ଷେତ୍ରର ପ୍ରାୟ ସବୁ ଶୈବ ପୀଠ ରଙ୍ଗିନ୍ ଆଲୋକରେ ଝଲସୁଛି। ଶ୍ରଦ୍ଧାଳୁମାନେ ରାତିସାରା ବସି ଜାଗର ଦୀପ ଜାଳିବାକୁ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏକାମ୍ର କ୍ଷେତ୍ରରେ ସୃଷ୍ଟି ହୋଇଛି ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ।
ପୂର୍ବ ନିର୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ସବୁ ପ୍ରସିଦ୍ଧ ଶିବ ମନ୍ଦିରରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବି ରାତି ୧୦ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ। ଭୀମେଶ୍ୱର ଦେବ ମନ୍ଦିରରେ ରାତି ସାଢେ ୧୦ଟା ରେ, ମେଘେଶ୍ଵରରେ ୧୦ଟା ୧୦ରେ, ବ୍ରହ୍ମେଶ୍ୱର ମନ୍ଦିରରେ ରାତି ୧୦ଟା ୨୦ରେ ମହାଦୀପ ଉଠିବ
ଆଜି ଶିବ ମନ୍ଦିରମାନଙ୍କରେ ବିଧି ଅନୁସାରେ ଜାଗର ମେଳା ଅନୁଷ୍ଠିତ ହେଉଥିବା ବେଳେ କେତେକ ମନ୍ଦିରରେ ଭଜନ ସମାରୋହ, ଅଷ୍ଟପ୍ରହରୀ ନାମଯଜ୍ଞ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସେହିଭଳି ମହାଦୀପ ଉଠିବା ପରେ ବହୁ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। କିଛି ମନ୍ଦିରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଡ଼ବଡ଼ ଶୈବ ପୀଠରେ ରାତିତମାମ୍ କାମ ଚାଲିଛି।
ପୁରୁଣା ଭୁବନେଶ୍ବରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ମନ୍ଦିର ପ୍ରଶାସନ, ଏଏସ୍ଆଇ, କମିସନରେଟ୍ ପୁଲିସ, ବିଏମ୍ସି ଓ ଜିଲ୍ଲା ପ୍ରଶାସନ ସବୁ ବିଭାଗରୁ ପ୍ରସ୍ତୁତି ଶେଷ ହୋଇଛି। ଭାଗବତ ପାରାୟଣ, ରାମଚରିତ ମାନସ ପାରାୟଣ ସହ ସନ୍ଧ୍ୟାରେ ହେବ ଭଜନ ସମାରୋହ। ଅନୁରାଧା ପୌଡ଼ୱାଲଙ୍କ ସହ ବାବୁଲ୍ ସୁପ୍ରିୟୋ ଓ ବେଲା ସୁଲାଖେ ଭକ୍ତି ସଙ୍ଗୀତ ପରିବେଷଣ କରିବେ।
BREAKING NEWS
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ
- ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା
- ଆସିଗଲା ଆରବିଆଇର ନୂଆ ତାଲିକା: ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ
- ଅକ୍ଟୋବରରୁ ହ୍ୱାଟସ୍ଆପ୍ରେ ମେସେଜ୍ କଲେ ଗଣିବେ ଟଙ୍କା
- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର
- ଛକା ମାରିବାରେ କୋହଲିଙ୍କ ପ୍ରଥମ ପସନ୍ଦ ୪୭ ବର୍ଷୀୟ କ୍ରିସ ଗେଲ
- କଟକରେ ନକଲି ପନିର କାରବାର: ୧୧ ଜଣଙ୍କ ନାମରେ ଏତଲା, ତଦନ୍ତ ଜୋରଦାର
- ସୁପୋଷିତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ: ଗ୍ରାଜୁଏସନ୍ ସରିଲେ ଝିଅମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା

Comments are closed.