ମିସିସିପି: ମିସିସିପି ନିକଟ ଟେଟ୍ କାଉଣ୍ଟିରେ ଶୁକ୍ରବାର ସିରିଜ୍ ଗୁଳିକାଣ୍ଡ ଘଟିଛି। ଘଟଣାରେ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା CNN ରିପୋର୍ଟରେ କୁହାଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।
ଗୁଳିକାଣ୍ଡ ଆର୍କାବୁଟ୍ଲା କମ୍ୟୁନିଟି ମଧ୍ୟରେ ଘଟିଛି। ସେଥିରୁ ଗୋଟିଏ ଗୁଳିକାଣ୍ଡ ଆର୍କାବୁଟ୍ଲା ରୋଡ୍ରେ ଥିବା ଗୋଟିଏ ଷ୍ଟୋର୍ ଭିତରେ ଘଟିଛି। ଉକ୍ତ ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଟେଟ୍ କାଉଣ୍ଟି ସେରିଫ୍ ବ୍ରାଡ୍ ଲାନ୍ସ୍ କହିଛନ୍ତି ।
ସେହିପରି, ଜଣେ ମହିଳାଙ୍କର ଆର୍କାବୁଟ୍ଲା ଡ୍ୟାମ୍ ରୋଡ୍ସ୍ଥିତ ଘରେ ମୃତ୍ୟୁ ଘଟିଛି । ଏଥିରେ ନିହତ ମହିଳାଙ୍କ ସ୍ବାମୀ ଆହତ ହୋଇଛନ୍ତି। କିନ୍ତୁ, ସ୍ବାମୀଙ୍କୁ ଗୁଳି ମରାଯାଇଥିଲା କି, ନାହିଁ, ଜଣାପଡ଼ିନାହିଁ।
ଗିଳିକାଣ୍ଡ ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆର୍କାବୁଟ୍ଲା ଡ୍ୟାମ୍ ରୋଡ୍ ତାଙ୍କ ଗାଡି ସହ ଗିରଫ କର ଯାଇଛି। ତେବେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.