Latest Odisha News

ମାଲକାନଗିରିରେ ବନ୍ୟା ପରିସ୍ଥିତି, ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ୨୪ଘଣ୍ଟା ହେବ ପ୍ରବଳ ବର୍ଷା ଜାରି ରହିଛି । ଯାହାଫଳରେ ସେଠାରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରି ଜିଲ୍ଲାପାଳ ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ମନିଶ ଅଗ୍ରୱାଲ କହିଛନ୍ତି, ଯେ “ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଯାହାଫଳରେ ଜିଲ୍ଲାର ଅନେକ ସ୍ଥାନକୁ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି” ।

ମିଳିଥିବା ସୂଚନା ଅନୁଯାୟୀ ପୋଟେରୁ-ପଙ୍ଗମ ନଦୀର ଜଳସ୍ତର ବୃଦ୍ଧି ହେତୁ ମାଲକାନଗିରି ଓ ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଏହାଛଡ଼ା ସାବେରୀ ନଦୀର ଜଳସ୍ତର ବଢିବାରୁ ମାଲକାନଗିରି ଓ ବିଜୟାନଗରମକୁ ସାଂଯୋଗ କରଥିବା କୋକରକୁଣ୍ଡା ପୋଲ ଉପରେ ୫ ଫୁଟର ପାଣି ଚାଲୁଛି । ଲୋକେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସମସ୍ୟା ସୃଷ୍ଟି ହୋଇଛି।

ଆନ୍ଧ୍ର ନିର୍ମାଣ କରୁଥିବା ପୋଲାଭରମ ପ୍ରକଳ୍ପ ଯୋଗୁଁ ଗୋଦାବରୀର ଜଳ ନିଷ୍କାସନ ହୋଇନପାରି ଜିଲ୍ଲାରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି ।

ସେହିପରି କୋକରକୁଣ୍ଡା ଓ ଏମଭି-୩୬ ପୋଲ ଉପରେ ଛାତିଏ ଉଚ୍ଚର ପାଣି ଚାଲୁଥିବାରୁ ମାଲକାନଗିରିରୁ କାଲିମେଳା, ମଟୁ ଓ ବାଲିମେଲାକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ସୂତ୍ରରୁ ପ୍ରକାଶ ।

Comments are closed.