Latest Odisha News

BREAKING NEWS

ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରିଲେ କୁମିନ୍ସ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରିଛି । ତେବେ ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତେବେ ତୃତୀୟ ଟେଷ୍ଟ ପାଇଁ ଆଉ ୧୦ ଦିନ ସମୟ ଥିବାରୁ ସେ ଏହା ପୂର୍ବରୁ ଫେରି ଆସିବେ । ଦଳର ପ୍ରଦର୍ଶନ ନେଇ କୁମିନ୍ସ ଅସନ୍ତୋଷ ଅଛନ୍ତି । ପ୍ରଥମ ଟେଷ୍ଟରେ ଇନିଂସ ପରାଜୟ ଏବଂ ଦ୍ୱିତୀୟ ଟେଷ୍ଟରେ କଙ୍ଗାରୁ ଟିମ ୬ ୱିକେଟରେ ପରାଜିତ ହୋଇଛି । ୩ ଦିନ ମଧ୍ୟରେ ଖେଳ ଶେଷ ହୋଇ ଯାଇଥିବାରୁ ଅଷ୍ଟ୍ରେଲିଆର ପ୍ରଦର୍ଶନକୁ ସମାଲୋଚନା କରାଯାଉଛି ।

ଏପରିକି ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ମାର୍କ ୱ ମଧ୍ୟ ଦିଲ୍ଲୀ ଟେଷ୍ଟ ପରାଜୟ ଅଷ୍ଟ୍ରେଲିଆ କ୍ରିକେଟର ବହୁତ କ୍ଷତି ଘଟାଇବ ବୋଲି କହିଛନ୍ତି । ସ୍ପିନ ବୋଲିଂ ଆଗରେ ବ୍ୟାଟ୍ସମ୍ୟାନ ଏତେ ମାତ୍ରାରେ ଅସହାୟ ହେବା ପୂର୍ବରୁ ଦେଖିବାକୁ ମିଳି ନ ଥିଲା । ଏହି ଟେଷ୍ଟ ସିରିଜରେ ୪ଟି ମ୍ୟାଚ ଖେଳାଯିବ ।

Comments are closed.