ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ରୋମାଂଚକର ଖବର ସମ୍ମୁଖକୁ ଆସିଛି । ମଙ୍ଗଳବାର ଏ ଭଳି ଏକ ଖବର ସମ୍ମୁଖକୁ ଆସିଛି ଯେ, ସମସ୍ତଙ୍କୁ ଚକିତ କରିଦେଇଛି । ଶିବସେନା ନେତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଏକନାଥଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ମୋତେ ମାରିବା ପାଇଁ ଷଡଯନ୍ତ୍ର ରଚିଛନ୍ତି । ଠାଣେର କୁଖ୍ୟାତ ଅପରାଧୀ ରାଜା ଠାକୁରଙ୍କୁ ସେ ଏ ନେଇ ସୁପାରୀ ଦେଇଛନ୍ତି ବୋଲି ସଞ୍ଜୟ କହିଛନ୍ତି । ରାଉତ ମୁମ୍ବାଇ ପୋଲିସ ଅଧିକାରୀଙ୍କ ସମେତ ଗୃହ ବିଭାଗ ସମ୍ଭାଳୁଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ପତ୍ର ଲେଖି ଜଣାଇଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିଧାୟକ ଆଦିତ୍ୟ ଠାକରେ ଏହି ଘଟଣାକୁ ଗୁରୁତ୍ୱ ସହକାରେ ନେବା ପାଇଁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଶିନ୍ଦେ ଗୋଷ୍ଠୀ ପକ୍ଷରୁ ଏହାକୁ ନାଟକବାଜୀ ଆଖ୍ୟା ଦିଆଯାଇଛି । ରାଉତ ସହାନୂଭୁତି ପାଇଁ ଏ ଭଳି ଡ୍ରାମା ରଚୁଛନ୍ତି । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯିବା ଉଚିତ ବୋଲି ସେମାନେ କହିଛନ୍ତି ।
Comments are closed.