Latest Odisha News

BREAKING NEWS

ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍‌ କି ନୁହେଁ ?

ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ସମୟ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା ସଭିଁଙ୍କୁ ହୁଏତ ଜଣାନଥିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏହାକୁ ନେଇ ମତ ମଧ୍ୟ ରହିଛି।
ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଆପଣ ନିଶ୍ଚିତ ଭାବରେ ହାଇଡ୍ରେଟ୍‌ ରୁହନ୍ତି । ଶରୀରର ତାପମାତ୍ରା ମଧ୍ୟ ସନ୍ତୁଳନରେ ରହିଥାଏ  । ମାଇଗ୍ରେନ ଏବଂ ମୁଣ୍ଡବିନ୍ଧାର ସମସ୍ୟାରେ ମଧ୍ୟ ଆରାମ ମିଳିଥାଏ । କିନ୍ତୁ ଏହି ପଦ୍ଧତି ସ୍ୱାସ୍ଥ୍ୟ ପାଇଁ ସଠିକ୍‌ ବିବେଚନା କରାଯାଏ ନାହିଁ  ।

-ଯଦି ଆପଣ ଶୋଇବା ପୂର୍ବରୁ ଅଧିକ ପାଣି ପିଅନ୍ତି, ତେବେ ଆପଣଙ୍କୁ ରାତିରେ ବାରମ୍ବାର ଶୌଚାଳୟ ଯିବାକୁ ପଡ଼ିଥାଏ । ଫଳରେ ଆପଣଙ୍କ ନିଦ୍ରା ଖରାପ ହୋଇଥାଏ । ନିଦ ନହେବା ଦ୍ୱାରା ହୃଦୟ ଜନିତ ସମସ୍ୟା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଆପଣ ଉଦାସୀନତାର ଶିକାର ହୋଇପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି  ।

-ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବାର କିଛି ସମୟ ପରେ ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏହାସହ ପେଟ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
-ଶୋଇବାର ୧ ଘଣ୍ଟା ପୂର୍ବରୁ ପାଣି ପିଇବା ଦ୍ୱାରା ମାଇଗ୍ରେନ ସହ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ।
-ଏହାସହ ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଓଜନ ବୃଦ୍ଧି, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ।
ତେବେ ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ୍‌‌। ଏହାସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ରକ୍ତ ସଞ୍ଚାଳନ ସଠିକ୍‌‌ ଭାବେ ହୋଇଥାଏ। ବଦହଜମି, ଏସିଡିଟି, ବ୍ୟସ୍ତ ବିବ୍ରତ ଆଦି ସମସ୍ୟା ଦୂର ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହେବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ।

Comments are closed.