Latest Odisha News

ଏକ୍‌ଜିଟ୍ ପୋଲ: ମେଘାଳୟରେ ଝୁଲା ସରକାର, ବିଜେପି ନୁହେଁ ଏହି ଦଳକୁ ମିଳିବ ଅଧିକ ଭୋଟ

ଶିଲଂ: ସୋମବାର ମେଘାଳୟ ନିର୍ବାଚନ ହୋଇଛି। ନିର୍ବାଚନ ସରିବା ପରେ ବିଭିନ୍ନ ଗଣମାଧ୍ୟ ପକ୍ଷରୁ ଏକ୍‌ଜିଟ୍ ପୋଲ ପ୍ରକାଶ ପାଇଛି। ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ସରକାର ଆସିବା ନେଇ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରାଯାଇଥିବା ବେଳେ ମେଘାଳୟର ସ୍ଥିତି ଝୁଲା ସରକାର ହୋଇପାରେ ବୋଲି କୁହାଯାଉଛି। ଏହି ରାଜ୍ୟରେ ଯଦିଓ ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମାଙ୍କ ଦଳ ନ୍ୟାସ୍‌ନାଲ୍ ପିପୁଲ୍ସ ପାର୍ଟି(NPP)କୁ ଅଧିକ ଭୋଟ୍ ମିଳିବ ବୋଲି କୁହାଯାଉଛି ତେବେ ଗତଥର ପରି ଏଥର ବି ରାଜ୍ୟରେ ମେଣ୍ଟ ସରକାର ଭଳି ସ୍ଥିତି ଉପୁଜିଛି।

୨୦୧୮ ନିର୍ବାଚନରେ ମେଘାଳୟରେ ମେଣ୍ଟ ସରକାର ହୋଇଥିଲା। କର୍ଣ୍ଣାଡ ସାଙ୍ଗମା ବିଜେପି, ୟୁଡିପି  ଓ ଅନ୍ୟ ଆଞ୍ଚଳକି ଦଳ ସହ ମିଶି ସରକାର ଗଠନ କରିଥିଲେ। ଏଥର ବି ସେହି ଅବସ୍ଥା ହେବ। ଏଥିପାଇଁ ଆଜି ନିର୍ବାଚନ ସରିବା ପରେ ସାଙ୍ଗମା ବିଭିନ୍ନ ଦଳଙ୍କ ସହ ମିଶି ରାଜ୍ୟରେ ସ୍ଥାୟୀ ସରକାର ଦେବେ ବୋଲି କହିସାରିଲେଣି।

ସର୍ଭେ ରିପୋର୍ଟ- ଇଣ୍ଡିଆ ଟୁଡେର ଆକ୍ସିସ୍ ମାଇଁ ଇଣ୍ଡିଆର ସର୍ଭେ ରିପୋର୍ଟ ଅନୁସାରେ- NPPକୁ ୨୧ ରୁ ୨୬ ଆସନ ମିଳିପାରେ। ବିଜେପିକୁ ୬-୧୧ ଆସନ, କଂଗ୍ରେସ ୩-୬, ଟିଏମ୍‌ସି ୮-୧୩ ଓ ଅନ୍ୟ ଦଳ ୩-୬ ଆସନ ଜିତିବେ।

ଇଣ୍ଡିଆ ନ୍ୟୁଜର ଜନ କି ବାତ୍ ଏକ୍‌ଜିଟ୍ ପୋଲ୍ ରିପୋର୍ଟ
ଟିଏମ୍‌ସି-୧୪-୯
ୟୁଡିପି ୧୦-୪
ଏନ୍‌ପିପି ୧୧-୧୬
କଂଗ୍ରେସ- ୧୧-୬
ବିଜେପି ୩-୭
ପିଡିଏଫ୍ ୨-୪
ଅନ୍ୟମାନେ ୮-୩

ଟାଇମ୍ସ ନାଓ ଇଟିଜି ରିସର୍ଚ୍ଚ ଏକ୍‌ଜିଟ୍ ପୋଲ୍

ଏନ୍‌ପିପି ୧୮-୨୬
ଟିଏମ୍‌ସି  ୮-୧୪
ୟୁଡିପି   ୮-୧୪
ବିଜେପି ୩-୬

ଜି ନ୍ୟୁଜ୍ ମାଟ୍ରିଜ୍ ଏକ୍‌ଜିଟ ପୋଲ୍

ବିଜେପି ୬-୧୧
ଏନ୍‌ପିପି ୨୧-୨୬
ଟିଏମ୍‌ସି ୮-୧୩
କଂଗ୍ରେସ  ୩-୬

ଅନ୍ୟମାନ ୧୦-୧୯

ସୂଚନା ଥାଉଖି ୬୦ ଆସନ ପାଇଁ ଆଜି ରାଜ୍ୟରେ ନିର୍ବାଚନ ହୋଇଛି। ମାର୍ଚ୍ଚ ୨ ତାରିଖରେ ଏହାର ଫଳାଫଳ ଘୋଷଣା ହେବ।

Comments are closed.