Latest Odisha News

BREAKING NEWS

ଏୟାରବ୍ୟାଗ ଜିନ୍‌ସ ଦେବ ବାଇକ୍ ଚାଳକଙ୍କୁ ସୁରକ୍ଷା

ଲୋକ ସଂଖ୍ୟା ବୃଦ୍ଧି ପାଇବା ସହିତ ଗାଡ଼ି ମୋଟର ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ଯାହା ଚିନ୍ତାଜନକ । ସଡ଼କ ପରିବହନ ବିଭାଗର ସୂଚନା ଅନୁସାରେ, ପ୍ରତିବର୍ଷ ଯେତିକି ସଡ଼କ ଦୁର୍ଘଟଣା ଘଟୁଛି ତାଭିତରୁ ମୋଟର ସାଇକେଲ ଦୁର୍ଘଟଣା ସଂଖ୍ୟା ସର୍ବାଧିକ । ଏହାସହିତ ଦୁର୍ଘଟଣା ମୃତକଙ୍କ ଭିତରୁ ବାଇକ୍ ଚାଳକଙ୍କ ସଂଖ୍ୟା ମଧ୍ୟ ଅଧିକ । ବିଶେଷକରି ସଡ଼କ ଦୁର୍ଘଟଣା ମୃତକଙ୍କ ଭିତରୁ ୧୮ରୁ ୪୦ ବର୍ଷ ବୟସର ଲୋକଙ୍କର ମୃତ୍ୟୁ ଅଧିକ ହେଉଛି ।

କୌଣସି ଚାରିଚକିଆ ଯାନରେ ଏୟାରବ୍ୟାଗ୍ ଭଳି ବ୍ୟବସ୍ଥା ରହିଛି ଯାହା ଦୁର୍ଘଟଣାରେ ମୃତାହତକୁ ରୋକିଥାଏ । କିନ୍ତୁ ମୋଟରସାଇକେଲରେ ସେ ବ୍ୟବସ୍ଥା ନ ଥାଏ । ଏବେ ମୋଟରଚାଳକଙ୍କ ପାଇଁ ଏୟାରବ୍ୟାଗ୍ ଭଳି ବ୍ୟବସ୍ଥା କରିଛି ସ୍ୱିଡ଼େନ୍‌ର ଏକ କମ୍ପାନୀ । ଏହି କମ୍ପାନୀ ପକ୍ଷରୁ ବିଶ୍ୱର ପ୍ରଥମ ଏୟାରବ୍ୟାଗ୍ ଜିନ୍‌ସ ବଜାରକୁ ପ୍ରବେଶ କରୁଛି । ଅର୍ଥାତ୍ ଏହି ଜିନ୍‌ସ ପିନ୍ଧିଲେ ବାଇକ୍ ଚାଳକଙ୍କ ଅଣ୍ଟା ଓ ଗୋଡ଼ ପର୍ଯ୍ୟନ୍ତ ସୁରକ୍ଷା ମିଳିବ, ଯାହା ଏୟାରବ୍ୟାଗ ଭଳି କାମ କରିବ । ହେଲମେଟ୍ ପିନ୍ଧବା ଦ୍ୱାରା କେବଳ ମୁଣ୍ଡ ସୁରକ୍ଷା ହୋଇପାରୁଥିଲା । ଏବେ ଶରୀରର ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ମଧ୍ୟ ସୁରକ୍ଷା ମିଳିପାରିବ । ଆର୍ମାଲିଥ୍ ନାମକ ଏକ ନୂତନ ଧରଣର ବସ୍ତ୍ରରେ ନିର୍ମିତ ଏହି ପ୍ୟାଣ୍ଟପରିଧାନକାରୀଙ୍କୁ ଅବିକଳ ଡ଼େନିମ୍ ପୋଷାକ ଭଳି ଲାଗିବ । ତେବେ ଦୁର୍ଘଟଣା ବେଳେ ଏଥିରେ ଖଞ୍ଜାଯାଇଥିବା ଏୟାରବ୍ୟାଗ ଖୋଲିଯାଇ ତାହା ବେଲୁନ୍ ପରି ଫୁଲି ଉଠିବ । ଆସନ୍ତା କିଛିମାସ ଭିତରେଏହା ବଜାରକୁ ଆସିବାକୁ ଥିବା ବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ୫୦୦ ଡ଼ଲାର ଭିତରେ ରହିିଛି ।

 

Comments are closed.