Latest Odisha News

BREAKING NEWS

ଶାହାରୁଖଙ୍କ ଜୱାନରେ ଅଭିନୟ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି । ଅଟଲୀଙ୍କ ଜୱାନରେ ସେ କାମେଓ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ତେବେ ପୁଷ୍ପା ୨ ଫିଲ୍ମର ଶୁଟିଂରେ ସେ ବ୍ୟସ୍ତ ରହିବାରୁ ଇଚ୍ଛା ଥିବା ସତ୍ୱେ ମନା କରିବାକୁ ବାଧ୍ୟ ହୋଇଛନ୍ତି । ଅଟଲୀଙ୍କ ଏହି ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ନୟନତାରା ଓ ବିଜୟ ସେତୁପତି ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ପୁଣେ, ମୁମ୍ବାଇ, ହାଇଦ୍ରାବାଦ ଓ ଚେନ୍ନାଇରେ ଫିଲ୍ମର ଶୁଟିଂ ଜୋର ସୋରରେ ଚାଲିଛି । ତେବେ ଶାହାରୁଖ ଓ ଅଲ୍ଲୁ ଅର୍ଜୁନଙ୍କ ଏକତ୍ର ଦେଖିବା ପାଇଁ ଆଶା ରଖିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି ।

BjdElectrycity

ଉଭୟ ଶାହାରୁଖ ଓ ଅଲ୍ଲୁ ସେମାନଙ୍କ ଫିଲ୍ମକୁ ଶୀଘ୍ର ସାରିବା ପାଇଁ ଚାହୁଁଛନ୍ତି । ଏହି ସମସ୍ୟା ଯୋଗୁ ପୁଷ୍ପା ଷ୍ଟାର ଜୱାନଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ଭାଇଜାଗ ଓ ହାଇଦ୍ରାବାଦରେ ପୁଷ୍ପା ୨ର ଶୁଟିଂ ଚାଲିଛି । ପୁଷ୍ପାର ସଫଳତା ପରେ ମେକର୍ସ ଏହାକୁ ଆହୁରି ଷ୍ଟାଇଲିଶ ଏବଂ ବଡ ଧରଣର କରିବାକୁ ଚାହୁଁଛନ୍ତି । ଅପରପକ୍ଷରେ ପଠାନ ପରେ ଏବେ ଶାହାରୁଖଙ୍କ ଜୱାନ ଫିଲ୍ମର ଚାହିଦା ବୃଦ୍ଧି ପାଇଛି ।

Leave A Reply

Your email address will not be published.