ଦୁନିଆରେ ଏପରି ଅନେକ ପ୍ରାଣୀ ଅଛନ୍ତି ଯାହାର ଜିଭ ଏତେ ଲମ୍ବା ଯେ, ସେମାନେ ଦୂରରେ ବସି ନିଜ ଜିଭ ସାହାଯ୍ୟରେ ଶିକାରକୁ ଧରି ପାରନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ଜିଭ ଅହେତୁକ ଭାବେ ଲମ୍ବା । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ।
ସୋସିଆଲ ମିଡ଼ିଆରେ ଏହି ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଜଣେ ସୁନ୍ଦରୀ ମହିଳାଙ୍କ ଲମ୍ବା ଜିଭ ଦେଖିବାକୁ ମିଳିଛି । ସାଧାରଣତଃ ଲୋକମାନଙ୍କର ଜିଭ ଓଠ ତଳକୁ ଆସିଥାଏ । କିନ୍ତୁ ଏହି ଭିଡିଓରେ ଥିବା ମହିଳା ଜଣକ ଜିଭ ବାହାର କରୁଥିବାର ଦେଖିଲେ ଆପଣ ଭୟଭୀତ ହୋଇଯିବେ । ହଠାତ୍ ଆପଣଙ୍କୁ ତାଙ୍କ ଜିଭ ସାପ ପରି ମନେ ହେବ । ମହିଳା ଜଣକ ଏକ କାରରେ ବସିଥିବାର ନଜରକୁ ଆସିଛନ୍ତି । ସେ ଆଙ୍ଗୁଠିରେ ଓଠକୁ ମେଲାଇ ଜିଭ ବାହାର କରୁଛନ୍ତି । ଜିଭଟି ପଶୁମାନଙ୍କ ପରି ବାହାରକୁ କାଡୁଛନ୍ତି । ତା’ପରେ ଜିଭକୁ ବୁଲାଇ ଭିତରକୁ ଟାଣି ନେଉଛନ୍ତି । ତେବେ ମହିଳା ଜଣକ ଜିଭର ଆକାର ଆରମ୍ଭରୁ ଲମ୍ବା ଥିଲା ନା ଅନ୍ୟ କିଛି କାରଣ ପାଇଁ ଲମ୍ବି ଯାଇଛି ସେ ବାବଦରେ ଭିଡ଼ିଓରେ କୁହାଯାଇନାହିଁ । କିନ୍ତୁ ମୋଟ ଉପରେ ଏହି ଲମ୍ବା ଜିଭ ତାଙ୍କୁ ଚର୍ଚ୍ଚିତ କରି ପାରିଛି ବୋଲି କୁହାଯାଇପାରେ ।
Comments are closed.