ଭୁବନେଶ୍ୱର: ହାଇଦ୍ରାବାଦରୁ ବିମାନ ଯୋଗେ ଭୁବନେଶ୍ୱର ଆସିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର। ବିମାନବନ୍ଦରରୁ ମର ଶରୀର ବାହାରକୁ ଅଣାଯିବା ବେଳେ ପିଣ୍ଟୁଙ୍କ ପତ୍ନୀ, ସମ୍ପର୍କୀୟ ଏବଂ ଓଲିଉଡ ଅଭିନେତା ଉପସ୍ଥିତ ଥିଲେ। ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ପିଣ୍ଟୁ ନନ୍ଦଙ୍କର ମୃତ୍ୟୁ ହୋଇଥିଲା।
ଏବେ ମର ଶରୀର କିମ୍ସ ହସ୍ପିଟାଲର ଶବ ଗୃହରେ ରହିଛି। ଆଜି ସକାଳେ ସାଧାରଣଲୋକ ଅଭିନେତାଙ୍କୁ ଶେଷ ଦର୍ଶନ କରିପାରିବେ। ଏଥିସହିତ ପଟିଆ ସ୍ଥିତ କଳାରାହଙ୍ଗସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ପରେ ପୁରୀର ସ୍ୱର୍ଗଦ୍ୱାରରେ ଶବଦାହ କରାଯିବ।
ହାଇଦ୍ରାବାଦର ଡାକ୍ତରଖାନାରେ ଲିଭର ସିରୋସିସ୍ ପାଇଁ ପିଣ୍ଟୁ ଚିକିତ୍ସିତ ହେଉଥିଲେ। ଭୁବନେଶ୍ୱରରେ ମାସେରୁ ଅଧିକ ଦିନ ଚିକିତ୍ସା ପରେ ତାଙ୍କୁ ପ୍ରଥମେ ଦିଲ୍ଲୀ ପରେ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ରାତି 11.25 ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
Comments are closed.