Latest Odisha News

BREAKING NEWS

ହୃଦଘାତ ପରେ ଭାଇ ଭାଉଜଙ୍କ ଭାବପୂର୍ଣ୍ଣ ପୋଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ସବୁବେଳେ ନିଜକୁ ଫିଟ୍ ରଖିବା ସହ ସେ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ । ହେଲେ କିଛି ଦିନ ତଳେ ସୁସ୍ମିତା ସେନଙ୍କୁ ହାର୍ଟ ଆଟାକ ଆସିଥିଲା । ଏ ନେଇ ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ

ପୋଷ୍ଟରେ ସୁସ୍ମିତା ଲେଖିଥିଲେ, ‘ମୁଁ ହୃଦଘାତର ଶିକାର ହୋଇଥିଲି। ହୃଦ୍ରୋଗ ବିଶେଷଜ୍ଞ ମୋର ଆଞ୍ଜିଓପ୍ଲାଷ୍ଟି କରିଥିଲେ ଏବଂ ସଠିକ୍ ଭାବରେ ଏକ ଷ୍ଟେଣ୍ଟ୍ ଲଗାଇଥିଲେ। ମୁଁ ଏବେ ମୋ ଜୀବନକୁ ଆହୁରି ଆନନ୍ଦ ଏବଂ ଖୁସିରେ ବଞ୍ଚିବାକୁ ପ୍ରସ୍ତୁତ ଅଛି। ଆଉ ସୁସ୍ଥ ଅଛି।

ତେବେ ଖୁସି ହେଉ କି ଦୁଃଖ, ସୁସ୍ମିତା ସେନ ତାଙ୍କ ଭାଇ ରାଜୀବ ସେନ ପରସ୍ପରକୁ ସାହସ ଦେଇଥାଆନ୍ତି ସୁସ୍ମିତାଙ୍କ ଭାଇ ଏକଥାକୁନେଇ ଏକ ପୋଷ୍ଟ କରିଛନ୍ତି ସେ ଲେଖିଛନ୍ତି, ‘ଟୁ ମାଇ ଷ୍ଟ୍ରଙ୍ଗେଷ୍ଟ..ଭାଇ ଲଭସ୍ ୟୁ ମୋଷ୍ଟ….ପରେ ଭାଉଜ ମଧ୍ୟ ଲେଖିଛନ୍ତି, ‘ତୁମକୁ ବହୁତ ଭଲପାଏ ଦିଦି

ସେ ଆହୁରି ମଧ୍ୟ କହିଛନ୍ତି, ‘ସୁସ୍ମିତାଙ୍କ ଏଭଳି ହୃଦଘାତ କଥା ଶୁଣି ମୁଁ ଆଉ ମୋର ସ୍ତ୍ରୀ ସ୍ତବ୍ଧ ହୋଇଯାଇଥିଲୁ। ସେ ସବୁବେଳେ ଫିଟ୍ ରହିବା ସହିତ ଅନ୍ୟକୁ ଫିଟ୍ ରହିବାକୁ କହେ। ତାସହିତ ଏମିତି ଘଟିବ ଆମେ ଚିନ୍ତା କରି ନଥିଲୁ। ଏପଟେ ସୁସ୍ମିତା ହୃଦଘାତର ଖବର ଦେବା ପରେ  ତାଙ୍କ ପ୍ରଶଂସକ ବଲିଉଡ କଳାକାରମାନେ ତାଙ୍କର ଆରୋଗ୍ୟ କାମନା କରିବାରେଲାଗିଛନ୍ତି

Comments are closed.