Latest Odisha News

BREAKING NEWS

ମାତ୍ର ୮ ହଜାର ଟଙ୍କା ଦେଇ ଘରକୁ ନେଇଯାଆନ୍ତୁ ସ୍ପ୍ଲେଣ୍ଡର ପ୍ଲସ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବାଇକ ନିର୍ମାଣକାରୀ ହିରୋ ମୋଟକର୍ପର ସବୁଠାରୁ ଲୋକପ୍ରିୟ ବାଇକ ଭାବରେ ସ୍ପ୍ଲେଣ୍ଡର ପ୍ଳସର ନାମ ସବୁଠାରୁ ଆଗରେ ଆସିଥାଏ । ଏହାର ଡିଜାଇନ୍, ମାଇଲେଜ୍ ଯୋଗୁଁ ଏହି ବାଇକ ଗତ କିଛି ବର୍ଷ ଧରି ବଜାରରେ ଏକ ଦୃଢ ସ୍ଥାନ ବଜାୟ ରଖିପାରିଛି । ଆଜି ଆମେ ଆପଣଙ୍କୁ ହିରୋ ସ୍ପ୍ଲେଣ୍ଡର ପ୍ଲସର ମୂଲ୍ୟ ବାବଦରେ ବିସ୍ତୃତ ଭାବେ କହିବୁ ଓ ଆପଣ ମାତ୍ର ୮ ହଜାର ଟଙ୍କା ଦେଇ କିଭଳି ବାଇକକୁ ଘରକୁ ନେଇପାରିବେ ସେ ବାବଦରେ କହିବୁ । ହିରୋ ସ୍ପ୍ଲେଣ୍ଡର ପ୍ଲସର ବେସ୍ ଭାରିଆଣ୍ଟର ଏକ୍ସସୋରୁମ ମୂଲ୍ୟ ହେଉଛି ୭୨୦୭୬ ଟଙ୍କା (ଏକ୍ସ-ଶୋ’ରୁମ୍, ଦିଲ୍ଲୀ) |

ରୋଡ ଟ୍ୟାକ୍ସ ସହ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ଏହାର ଅନରୋଡ଼ ମୂଲ୍ୟ ହେଉଛି ପ୍ରାୟ ୮୬,୭୮୭ ଟଙ୍କା ହୋଇଯାଏ। ହିରୋ ସ୍ପ୍ଲେଣ୍ଡର କିଣିବାକୁ, ଯଦି ଆପଣଙ୍କ ପାଖରେ ୮୬ ହଜାର ଟଙ୍କା ନାହିଁ ତେବେ ଆପଣ ଏହି ଯୋଜନା ମୁତାବକ କେବଳ ୮ ହଜାର ଟଙ୍କା ଦେଇ ଏହି ବାଇକ୍ କିଣିପାରିବେ । ଯଦି ଆପଣଙ୍କ ପାଖରେ ୮୦୦୦ ଟଙ୍କା ଅଛି, ତେବେ ଅନ୍‌ଲାଇନ୍ ଡାଉନ୍ ପେମେଣ୍ଟ ଏବଂ ଇଏମଆଇ କାଲକୁଲେଟର ଅନୁଯାୟୀ ବ୍ୟାଙ୍କ ବାର୍ଷିକ ୯.୭ ପ୍ରତିଶତ ସୁଧ ହାର ସହିତ ଏହି ବାଇକ୍ ପାଇଁ ୭୮,୭୮୭ ଟଙ୍କା ଋଣ ପ୍ରଦାନ କରିପାରିବ। ବ୍ୟାଙ୍କ ତରଫରୁ ଋଣ ମିଳିବା ପରେ ଆପଣ ୮୦୦୦ ଟଙ୍କା ଦେଇ ଏହି ବାଇକ ଆଣିପାରିବେ ଓ ବ୍ୟାଙ୍କ ଦ୍ୱାରା ସ୍ଥିର ହୋଇଥିବା ଇଏମଆଇ ମୁତାବକ ୩ ବର୍ଷ ପାଇଁ ମାସକୁ ୨୫୩୧ ଟଙ୍କା ଦେବାକୁ ପଡିବ ।

Leave A Reply

Your email address will not be published.