Latest Odisha News

BREAKING NEWS

୨୪ରେ ନବୀନ, ପ୍ରଭାବହୀନ ହେଉଛନ୍ତି କି ବିରୋଧୀ ?

ଭୁବନେଶ୍ୱର: ବର୍ଷରେ ପଦାର୍ପଣ କରିଛି ନବୀନଙ୍କ ଶାସନ। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ଶାସନ କରି ଆସିଥିବା ନବୀନଙ୍କୁ ବିରୋଧୀ ଯେତେ ପ୍ରକାର ବିରୋଧ କଲେ ମଧ୍ୟ ଏହାର ବିଶେଷ କିଛି ପ୍ରଭାବ ପଡିବା ଦେଖାଯାଇ ନାହିଁ । ଏପରିକି ପିଲାଟିଏ ଜନ୍ମ ନେଇ ହେତୁ ପାଇବା ସହ ଆଜି ଯାଏ ମଧ୍ୟ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଜାଣି ଆସିଛି । ଯାହାକି ଏକ ବିରଳ ରେକର୍ଡ ବୋଲି କୁହାଯାଇପାରେ ।

ଏପରିକି ଦୀର୍ଘ ବର୍ଷ ଶାସନରେ ରହିଲେ ମଧ୍ୟ ଦଳ ମଧ୍ୟରେ କୌଣସି ନେତା ତାଙ୍କୁ ଚ୍ୟାଲେଞ୍ଜ କରି ସଫଳ ହୋଇନାହାନ୍ତି । ଦଳୀୟ ନେତା ଓ ଦଳ ବିରୋଧରେ ବିଭିନ୍ନ ପ୍ରକାର ବହୁ ଅଭିଯୋଗ ଆସିଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ପ୍ରଭାବିତ ହୋଇ ନ ଥିବା କୁହାଯାଏ । ଦୀର୍ଘ ବର୍ଷ ଧରି ଏକ ସ୍ଥିର ଶୃଙ୍ଖଳିତ ସରକାର ଦେବାରେ ନବୀନ ସମର୍ଥ ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ୫ ପାଳି ଶାସନ କ୍ଷମତାରେ ରହିଲେ ମଧ୍ୟ ଦଳ ବିରୋଧରେ ଆଣ୍ଟି ଇନକମ୍ବନସି ଫାକ୍ଟର ମଧ୍ୟ କାର୍ଯ୍ୟ କରି ନ ଥିବା ଦେଖାଯାଇଛି ।

ନବୀନଙ୍କ ବିରୋଧରେ ଏତେ ବର୍ଷ ମଧ୍ୟରେ ଜଣେ ସମକକ୍ଷ ଓ ଗ୍ରହଣୀୟ ନେତା ମଧ୍ୟ ତିଆରି ହୋଇ ପାରି ନ ଥିବା ଚର୍ଚ୍ଚା ହେଉଛି । ନବୀନ କ୍ଷମତାସୀନ ହେବାବେଳେ ଓଡ଼ିଶାର ବଜେଟ ଆକାର ୨୦ ହଜାର କୋଟି ଥିବାବେଳେ ଏବେ ୨ ଲକ୍ଷ ୩୦ ହଜାର କୋଟିରେ ପହଞ୍ଚିଛି । ଏପରିକି ଓଡ଼ିଶା ଏବେ ରାଜସ୍ଵ ବଳକା ରାଜ୍ୟ ଭାବେ ପରିଚିତ । ଶିକ୍ଷା ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବହୁ ପରିବର୍ତ୍ତନ ଆସିଥିଲେ ମଧ୍ୟ ଦୀର୍ଘ ବର୍ଷର ନିରଙ୍କୁଶ ଶାସନରେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ ହୋଇ ଆସିଛି ।

ଏତେ ଦିନର ଶାସନ ମଧ୍ୟରେ ରାଜ୍ୟର ବିକାଶ ପାଇଁ ସେମିତି କିଛି ଦୀର୍ଘ ମିଆଦୀ ଯୋଜନା କରାଯାଇ ନ ଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ସବୁ ପରେ ମଧ୍ୟ ନବୀନଙ୍କ ଦେହରେ ବିରୋଧୀ ଦାଗ ଲଗାଇ ପାରି ନ ଥିବା ଚର୍ଚ୍ଚା ହେଉଛି । ରାଜନୈତିକ କ୍ୟାରିଅର ମଧ୍ୟରେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ନବୀନ ଅବିଚଳିତ ।

ଏପରିକି ଦଳର ବହୁ ବରିଷ୍ଠ ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଥିବାବେଳେ ବିରୋଧୀ ଏହାକୁ ଅସ୍ତ୍ର କରି ନବୀନଙ୍କୁ ଘେରୁଥିଲେ ମଧ୍ୟ ନବୀନଙ୍କ ବ୍ୟକ୍ତିତ୍ୱ ଉପରେ ବିଶେଷ କିଛି ପ୍ରଭାବ ପଡୁ ନଥିବା ଦେଖାଯାଏ। ଏପରିକି ନବୀନ ମଧ୍ୟ ଅଭିଯୋଗ ଆସିଥିବା ଦଳୀୟ ନେତାଙ୍କୁ ପଦପଦବୀରୁ ଅପସାରଣ କରୁଥିବା ଦେଖାଯାଏ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟର ରାଜନୈତିକ ପାଣିପାଗ ବଦଳୁଥିବା ଦେଖାଯାଉଛି। କିନ୍ତୁ ରାଜ୍ୟ ରାଜନୀତିରେ ମହାଦ୍ରୁମ ପାଲଟିଥିବା ନବୀନଙ୍କୁ ଦୋହଲାଇବାରେ କଣ ବଦଳୁଥିବା ପାଣିପାଗ ସକ୍ଷମ ହେବ କି ବୋଲି ଚର୍ଚ୍ଚା ହେଉଛି ।

Comments are closed.