Latest Odisha News

BREAKING NEWS

ଗିରଫ ହେଲେ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫତି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ଓମାର୍ ଅବଦୁଲ୍ଲାଙ୍କୁ ଗିରଫ କରାଯାଇଛି । ଗଣମାଧ୍ୟମ ସଂସ୍ଥା ଏନଡ଼ିଟିଭିର ରିପୋର୍ଟ ଅନୁଯାୟୀ, ଏହି ଦୁଇ ନେତାଙ୍କୁ ସୋମବାର ସନ୍ଧ୍ୟାରେ ଗୃହବନ୍ଦୀ ଭାବେ ରଖାଯାଇଥିଲା ଏବେ ପୋଲିସ ସେମାନଙ୍କୁ ଗିରଫ କରି ଶ୍ରୀନଗରସ୍ଥିତ ଏକ ଗେଷ୍ଟ ହାଉସକୁ ନେଇଛି ।

ଏଠାରେ ସୂଚନାଯୋଗ୍ୟ, ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ରାଜ୍ୟସଭାରେ ସୋମବାର ସନ୍ଧ୍ୟାରେ ଗୃହିତ ହୋଇଛି, ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନରେ ବିଲଟି ଆଇନରେ ପରିଣତ ହେବା ପରେ ହିଁ ଜମ୍ମୁ ଓ କାଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଏଥିସହିତ ଲଦାଖ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ ।

ଏହି ଦୁଇଜଣ ନେତା ରବିବାର ଦିନ ଟ୍ୱିଟ୍ ମାଧ୍ୟମରେ ଜନସାଧାରଣଙ୍କୁ ଉସୁକାଇବାର ସମ୍ଭାବନା ରହିଥିବାରୁ ଆଜି ଗିରଫ କରାଯାଇଛି ।

Leave A Reply

Your email address will not be published.