Latest Odisha News

ଅତିଷ୍ଠ କଲା ଘର ଭଡ଼ା : ଜଙ୍ଗଲ ଗୁମ୍ଫାରେ ୧୬ ବର୍ଷ ବିତାଇଲେ ଜୀବନ

ଜୀବନ ଜିଇଁବା ପାଇଁ ଅର୍ଥର ନିହାତି ଆବଶ୍ୟକତା ଅଛି । ଏଥିପାଇଁ ନିଜେ ଚଳିବା ଓ ପରିବାର ଆବଶ୍ୟକତା ପୂରଣ ପାଇଁ ଲୋକେ ରୋଜଗାର କରିଥାନ୍ତି । ଏଥିପାଇଁ ଅନେକ ସମୟରେ ସହରକୁ ଚାଲି ଆସନ୍ତି ଲୋକେ । କିନ୍ତୁ ରୋଜଗାର ବା ଆୟ ତୁଳନାରେ ଯଦି ଘରଭଡ଼ା ଅଧିକ ହୁଏ ତେବେ କଥା ସରିଲା । କାରଣ ଯେଉଁ ଉଦ୍ଦେଶ୍ୟ ନେଇ ଲୋକଟିଏ ସହରକୁ ଚାଲିଆସିଥାଏ ଘର ଭଡ଼ା କାରଣରୁ ତାହା ସାଧିତ ହୋଇପାରେ ନାହିଁ । ଏମିତି ଜଣେ ଲୋକ ପରିବାର ଚଳାଇବା ପାଇଁ ରୋଜଗାର କରିବାକୁ ସହରକୁ ଆସିଲେ କିନ୍ତୁ ତାଙ୍କୁ ବାଧିଲା ଘର ଭଡ଼ା, ଯେଉଁ କାରଣରୁ ସେ ସହର ଛାଡ଼ି ଜଙ୍ଗଲ ଗୁମ୍ଫାରେ ରହିଲେ । ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ୧୬ ବର୍ଷ ଧରି ଗୁମ୍ଫାରେ ଜୀବନ ବିତାଇଛନ୍ତି । ଏହି କାହାଣୀ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଟ୍ରୋଲ ହେଉଛି । ବିଶେଷକରି ଛୋଟବଡ଼ ସହରରେ ଘର ଭଡ଼ା ଦର ଯେଭଳି ଅହେତୁକ ଭାବେ ବୃଦ୍ଧି ପାଉଛି ତାକୁ ନେଇ ପୁନଃଚିନ୍ତନ କରିବା ଉପରେ ଅନେକ ମତ ରଖିଛନ୍ତି ।
ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଥିବା ଏହି ବ୍ୟକ୍ତି ଜଣକ ହେଲେ ଆମେରିକାର ଉଟାହ ସହରର ବାସିନ୍ଦା ଏସ. ଡାନିଏଲ୍ ବର୍ଗର । ନିଜ କାହାଣୀ ସମ୍ପର୍କରେ ଡ଼ାନିଏଲ କହିଛନ୍ତି, ବାରମ୍ବାର ଘର ଭଡ଼ା ପୈଠ କରି ସେ ଅତ୍ୟନ୍ତ ବିରକ୍ତ ହୋଇସାରିଥିଲେ । ତାହାସହିତ ମାସ ଶେଷ ନ ହେଉଣୁ ଘର ମାଲିକଙ୍କ ତାଗିଦ୍ ତାଙ୍କୁ ଅଧିକ ବ୍ୟଥିତ କରୁଥିଲା । ଯେଉଁକାରଣରରୁ ଦିନେ ସେ ମନସ୍ତ କଲେ ଭଡ଼ା ଘର ଛାଡ଼ିବେ । କାହାକୁ କିଛି ନ କହି ସେ ଚାଲିଗଲେ ଜଙ୍ଗଲକୁ । ସେଠାରେ ଏକ ଗୁମ୍ଫା ଭିତରେ ନିଜ ଢଙ୍ଗରେ ଜୀବନ ବିତାଇଲେ । ଏଭଳି ୧୬ ବିତିବା ପରେ ତାଙ୍କ ଖବର ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଲା, ଯାହାକୁ ନେଇ ଏବେ ସବୁଠି ଧୁମ୍ ଚର୍ଚ୍ଚା ।

ଡ଼ାନିଏଲ କହିଛନ୍ତି, ଗୁମ୍ଫାରେ ରହିବା ଫଳରେ ମୋର ଟଙ୍କାର ଆବଶ୍ୟକତା ପଡ଼ି ନ ଥିଲା । ଆଦିମଣିଷଙ୍କ ଭଳି ରହିବାକୁ ମୁଁ ପସନ୍ଦ କଲି । ଜଙ୍ଗଲରୁ ଯାହା ଫଳମୂଳ ମିଳିଲା ତାକୁ ଖାଇ ବଞ୍ôଚଲି । ଘରଭଡ଼ା ପାଇଁ ମାସ ଶେଷରେ ମୋତେ ଆଉ ଟେନ୍‌ସେନ୍‌ରେ ରହିବାକୁ ପଡ଼ିଲା ନାହିଁ । ଏହା ଭିତରେ ୧୬ ବର୍ଷ ବିତିଗଲା ମୋତେ ଜଣା ବି ପଡ଼ିଲା ନାହିଁ । ତେବେ ପରିବାରର ଏକମାତ୍ର ସନ୍ତାନ ହୋଇଥିବାରୁ ମୋତେ ମୋ ବାପା ମା’ଙ୍କ କଥା ବୁଝିବାକୁ ଆବଶ୍ୟକ ପଡ଼ିଲା, ଯେଉଁଥିପାଇଁ ମୁଁ ଘରକୁ ଫେରିବାକୁ ବାଧ୍ୟ ହେଲି ।

Comments are closed.