ପାହାଡ଼ର ଚମତ୍କାରିତା । ଝାଡ଼ଖଣ୍ଡର ଲୋହରଦାଗା ଅଂଚଳର ଖୁଖ୍ରା ଗ୍ରାମରେ ରହିଛି ଏମିତି ଏକ ପାହାଡ଼, ଯାହାକି ଗର୍ଭସ୍ଥ ଶିଶୁର ଲିଙ୍ଗ କ’ଣ ତାହା ଆଗୁଆ କହିପାରୁଛି ବୋଲି ଲୋକଙ୍କ ବିଶ୍ୱାସ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼ ଉପରେ ଏକ ଚନ୍ଦ୍ର ଆକୃତିର ଚିହ୍ନ ରହିଛି, ଯାହା ନବଜାତକର ଲିଙ୍ଗ ବିଷୟରେ ଭବିଷ୍ୟବାଣୀ କରୁଛି । ଗାଁର କୌଣସି ବି ଗର୍ଭବତୀ ମହିଳା ଏହି ପାହାଡ଼ ଉପରେ ଥିବା ଚନ୍ଦ୍ର ଉପରକୁ ଦୂରରୁ ଏକ ପଥର ଫିଙ୍ଗିଥାନ୍ତି । ଯଦି ଏହି ପଥରଟି ଚନ୍ଦ୍ରର ଆକୃତିର ମଝିରେ ବାଜିଥାଏ, ତେବେ ଲୋକେ ବୁଝିପାରନ୍ତି ଯେ, ଗର୍ଭରେ ପୁଅ ଅଛି । ଯଦି ପଥରଟି ଚନ୍ଦ୍ର ବାହାରେ ବାଜେ, ତେବେ ଗର୍ଭରେ ଝିଅ ଥିବା ଅନୁମାନ କରନ୍ତି । ପ୍ରାୟ ଚାରି ଶହ ବର୍ଷ ପୂର୍ବେ ନାଗବଂଶୀ ରାଜାଙ୍କ ଶାସନ କାଳରୁ ଏହି ପରମ୍ପରା ମାନିଆସୁଛନ୍ତି ଗାଁ ଲୋକେ ।
BREAKING NEWS
- ୨୫ କୋଟିର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ
- Jagannath Temple in Prayagraj: ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟିତ;ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗଦାନ
- ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ;ଛୋଟ ଜମିରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତି ହେବେ ଉପକୃତ
- Speaker of the Knesset Medal: ପିଏମ୍ ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ
- Maoists In Kandhamal: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା; ମୃତଦେହ ମାଟିରୁ ଖୋଳି ବାହାର କଲେ…
- ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ
- FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ
- ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ
- Foreign Currency:ରେଳ ଷ୍ଟେସନରୁ ପୁଳାପୁଳା ବିଦେଶୀ ମୁଦ୍ରା ଜବତ; ଯୁବକ ଫେରାର
- Epstein Files: ଏପ୍ଷ୍ଟାଇନ୍ଙ୍କୁ ନେଇ ସତ ମାନିଲେ ବିଲ୍ ଗେଟ୍ସ, କହିଲେ ମୋର ଭୁଲ ଥିଲା…
Comments are closed.