Latest Odisha News

BREAKING NEWS

ବିବାହର ୧୮ ବର୍ଷ ପରେ ମାଆ ହେଲେ ଅଭିନେତ୍ରୀ ଶିଳ୍ପା

ମୁମ୍ବାଇ: ବିବାହର ଦୀର୍ଘ ୧୮ ବର୍ଷ ପରେ ମାଆ ହୋଇଛନ୍ତି ଟେଲି ଅଭିନେତ୍ରୀ ଶିଳ୍ପା ସାକଲାନି । ଶିଳ୍ପା ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ମାଆ ହେବା ପରେ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି । ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି’ରେ ଗଙ୍ଗା ଭୂମିକାରେ ଅଭିନୟ କରି ଶିଳ୍ପା ବେଶ୍ ଲୋକପ୍ରିୟ ହୋଇପାରିଥିଲେ ।

୨୦୦୪ ମସିହାରେ ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀଙ୍କୁ ବିବାହ କରିଥିଲେ ଶିଳ୍ପା । ବିବାହ ପରେ ମାଆ ନ ହେବାରୁ ଅନେକ ଲୋକଙ୍କଠାରୁ ତାଙ୍କୁ ବହୁ କଥା ଶୁଣିବାକୁ ପଡ଼ୁଥିଲା । ଏଥିପାଇଁ ଅନେକ ତାଙ୍କୁ ଥଟ୍ଟା କରିବା ସହ ଦୁର୍ବ୍ୟବହାର ମଧ୍ୟ କରୁଥିଲେ । ଶିଳ୍ପା କୁହନ୍ତି, ମୁଁ ଅନେକ ଧାରାବାହିକରେ ଅଭିନୟ କରିଛି । ମୋ ଅଭିନୟକୁ ଲୋକେ ଖୁବ୍ ପସନ୍ଦ ବି କରୁଥିଲେ । ହେଲେ ବିବାହର ବହୁ ବର୍ଷ ପର୍ଯ୍ୟନ୍ତ ମାଆ ନ ହେବାରୁ ମୋତେ ଲୋକେ କେତେ କଥା ଶୁଣାଉ୍‌ଥିଲେ । ଭଗବାନଙ୍କର ଆର୍ଶିବାଦ ନ ଥିଲେ କେହି ମାଆ ହୋଇପାରିବେ ନାହିଁ । ଲୋକଙ୍କ ନିନ୍ଦା ସହ୍ୟ କରି ନ ପାରି ମୋତେ ୪ ବର୍ଷ ଧରି ଛୋଟ ପରଦାରୁ ଦୂରେଇ ରହିବାକୁ ବାଧ୍ୟ ହେବାକୁ ପଡ଼ିଥିଲା ବୋଲି କହିଛନ୍ତି ଶିଳ୍ପା । ଏବେ ପୁଣି ‘ତେରେ ଇଶ୍କ ମୈ ଘାୟଲ’ରେ ଏକ ରୋଚକ ଭୂମିକାରେ ନଜରକୁ ଆସିଛନ୍ତି ।

Comments are closed.