Latest Odisha News

BREAKING NEWS

ବିରଳ ପ୍ରଜାତିର ଧଳା ହରିଣକୁ ନେଇ ଚର୍ଚ୍ଚା

ୟୁପି: ଆଜିକାଲି ଭାରତୀୟ ବନ ସେବାର ଅନେକ ଅଧିକାରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଅନେକ ଅଧିକାରୀ ଏପରି ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି ଯେଉଁଠାରୁ ଆମେ ବନ୍ୟ ଜନ୍ତୁ ଏବଂ ଜଙ୍ଗଲ ବିଷୟରେ ବହୁତ ସୂଚନା ପାଇପାରୁଛୁ । ନିକଟରେ ଜଣେ ଆଇଏଫଏସ ଅଧିକାରୀ ଏକ ବିରଳ ଆଲବିନୋ ହରିଣର ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି, ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି ।

ଆଇଏଫଏସ୍ ଆକାଶଦୀପ ବାଦୱାନ ଏହି ବିରଳ ଫଟୋ ଓ ଭିଡ଼ିଓ ସେୟାର କରି ଲେଖିଛନ୍ତି ଯେ, ୟୁପିର କତାର୍ଣ୍ଣିଆଘାଟରେ ଏକ ବିରଳ ପ୍ରଜାତିର ଧଳା ହରିଣ ଦେଖିବାକୁ ପାଇଥିଲେ । ଯାହାକୁ ଆଲବିନୋ ହରିଣ ବୋଲି କୁହାଯାଏ । ବାସ୍ତବରେ, କାତର୍ଣ୍ଣିଆଘାଟରେ ଅନେକ ବିରଳ ପଶୁପକ୍ଷୀ ଦେଖିବାକୁ ମିଳିଥାନ୍ତି । ଏଠାରେ ଶାଗୁଣା, ଡଲଫିନ୍‌, କୁମ୍ଭୀର, ବାଘ ଇତ୍ୟାଦି ବିଭିନ୍ନ ପ୍ରକାରର ପଶୁପକ୍ଷୀଙ୍କୁ ଦେଖିବାକୁ ମିଳେ । ଯଦିଓ ଭାରତରେ ସାତ ପ୍ରକାରର ହରିଣ ଦେଖିବାକୁ ମିଳେ, କିନ୍ତୁ ଧଳା ହରିଣ ବିରଳ ପ୍ରଜାତିର ଓ କ୍ୱଚିତ୍ ଦେଖିବାକୁ ମିଳିଥାନ୍ତି ।

ସେ ନିଜ ସୂଚନାରେ ଆହୁରି କହିଛନ୍ତି ଯେ, ଆଲବିନିଜିମ୍ ପଶୁମାନଙ୍କଠାରେ ଧଳା ରଙ୍ଗ ସୃଷ୍ଟି କରିଥାଏ । ଅର୍ଥାତ୍ ଏହି ପ୍ରଜାତିର ପଶୁମାନଙ୍କର ରଙ୍ଗ ଧଳା ହୋଇଥାଏ । ଏହା ସେତେବେଳେ ଘଟିଥାଏ ଯେତେବେଳେ କୌଣସି ପଶୁ ଉଭୟ ପିତାମାତାଙ୍କଠାରୁ ଏକ ବା ଏକାଧିକ ତ୍ରୁଟିଯୁକ୍ତ ଜିନ୍‌ର ଉତ୍ତରାଧିକାରୀ ହୋଇଥାନ୍ତି । ତେଣୁ ସେ ପଶୁଙ୍କ ଚର୍ମ, ଏବଂ ଆଖିର ରଙ୍ଗରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ । ନିକଟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ମଧ୍ୟ ଏପରି ସମାନ ହରିଣ ଦେଖିବାକୁ ମିଳିଥିଲା । ଏହା କ୍ୱଚିତ୍ ଜଙ୍ଗଲରୁ ବାହାରିଥାଏ ।

ଅଧିକାରୀଙ୍କ କହିବାନୁସାରେ, ଏହା ଅନ୍ୟ ବ୍ରାଉନ୍ ରଙ୍ଗର ହରିଣ ସହିତ ବୁଲୁଛି ଏବଂ ଘାସ ମଧ୍ୟ ଖାଉଛି । ଏହି ହରିଣର ଧଳା ରଙ୍ଗ ସଂପୂର୍ଣ୍ଣ ଜେନେଟିକ୍ । ଜିନଗୁଡ଼ିକର ପରିବର୍ତ୍ତନ ହେତୁ ଏହା ସମ୍ଭବ ହୋଇଥାଏ । ଏହା ହରିଣ ବଂଶ ଏକ ଅଲଗା ପ୍ରଜାତିର ନୁହେଁ । କାଜିରଙ୍ଗା ଜାତୀୟ ଉଦ୍ୟାନରେ ସମୁଦାୟ ୪୦,୦୦୦ ହଗ୍ ହରିଣ ମଧ୍ୟରୁ କେବଳ ଗୋଟିଏ କିମ୍ବା ଦୁଇ ପ୍ରକାରର ଏଭଳି ବିରଳ ଧଳା ହରିଣ ଦେଖିବାକୁ ମିଳିଥାନ୍ତି ।

Leave A Reply

Your email address will not be published.