Latest Odisha News

BREAKING NEWS

ତଥାସ୍ତୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ 

ଭଗବାନ ହେଉଛନ୍ତି ସୃଷ୍ଟି କର୍ତ୍ତା । ତାଙ୍କରି ଅନୁସାରେ ମନୁଷ୍ୟର ଭାଗ୍ୟ ର୍ଦ୍ଧାରିତ ହୁଏ । ମନୁଷ୍ୟର ଭାଗ୍ୟ… ଇଶ୍ୱରଙ୍କ ଅନୁଯାୟୀ ଲିଖିତ । ଏହାକୁ କେହି ବଦଳାଇ ପାରିବେ ନାହିଁ । କିନ୍ତୁ ଆପଣମାନେ କେବେ ଅନୁଭବ କରିଛନ୍ତି କି? ଈଶ୍ୱର କିପରି ଭାଗ୍ୟ ରଚନା କରନ୍ତି? ଭଗବାନ ଭାଗ୍ୟ ଲେଖନ୍ତି, ଯାହା ମନୁଷ୍ୟ ଜାଣି ପାରେ ନାହିଁ । ଈଶ୍ୱର ଲେଖନ୍ତି କେବଳ ଗୋଟିଏ ଶବ୍ଦ ତଥାସ୍ତୁ । ଏହାର ଅର୍ଥ ହେଉଛି ମନୁଷ୍ୟ ଯାହା ଚାହିଁବ ତାହା କରି ପାରିବ । ଏଥିରେ କେହି କିଛି ବଦଳାଇ ପାରିବେ ନାହି । ଯଦି ଜଣେ ବ୍ୟକ୍ତି ସୁଖୀ ଅଛି, ତେବେ ତାର କାରଣ ହେଉଛି ସେ କିଛି ଭଲ କାମ କରିଛି । ସେଥିପାଇଁ ସେ ନିଜେ ଖୁସି ହେଉଛି, ଏବଂ ତା ସହିତ ତାର ପରିବାର ମଧ୍ୟ ହସ ଖୁସିରେ ଅଛନ୍ତି । କିନ୍ତୁ ଅନ୍ୟ କ୍ଷେତ୍ର ରେ ଯଦି ଦେଖିବା, ଜଣେ ବ୍ୟକ୍ତି ଦୁଃଖୀ । ସେ ଦୁଃଖର କାରଣ, ସେ ନିଜେ । ବ୍ୟକ୍ତି ନିଜର ଖରାପ କର୍ମ ପାଇଁ… ନିଜେ ସମସ୍ୟାର  ସମ୍ମୁଖୀନ  ହୋଇଥାଏ । କେବଳ ନିଜେ ନୁହେଁ, ବରଂ ସେ ଜଣକ ପାଇଁ ତାର ପରିବାର ମଧ୍ୟ ଏହାର ଶିକାର ହୋଇଥାନ୍ତି । ବ୍ୟକ୍ତି ମନରେ ଯାହା ଭାବେ ତାହା ସମ୍ଭବ ହୋଇ ନ ଥାଏ । ବ୍ୟକ୍ତି ଯାହା ଇଚ୍ଛା କରିଥାଏ, ତାହା ମଧ୍ୟ ଭୋଗ କରିପାରେ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ବ୍ୟକ୍ତିର କର୍ମ ଫଳ ।

ଗୀତାରେ ଲେଖା ଯାଇଛି କର୍ମ କରି ଚାଲ, ଫଳ ପ୍ରତି ଆଶା ରଖନାହିଁ । ଥରେ ଜଣେ ସାଧୁଗୋଟିଏ ବୃକ୍ଷମୂଳେ ତପସ୍ୟାରତ ଥିଲେ । ସେ ପିନ୍ଧିଥିବା ବସ୍ତ୍ର ବ୍ୟତୀତ ତାଙ୍କର ଦେହରେ କିଛି ନ ଥିଲା । ସେ ମାର୍ଗ ଦେଇ ଜଣେ ଦୟାଳୁ, ଦାନଶୀଳ ବ୍ୟକ୍ତି ଯାଉଥିଲେ । ସାଧୁ ଅତ୍ୟଧିକ ଶୀତରେ କମ୍ପିତ ହୋଇ ତପସ୍ୟାରତ, ଦୟାଳୁ ବ୍ୟକ୍ତିଙ୍କ ମନ ବିଗଳିତ ହୋଇଗଲା । ସେ ସାଧୁଙ୍କ ଉପରେ ଗୋଟିଏ କମ୍ବଳ ଘୋଡାଇ ଦେଲେ ।
ସାଧୁ କହିଲେ ତଥାସ୍ତୁ! କିଛି ସମୟ ପରେ ଜଣେ ଚୌର ସେ ମାର୍ଗ ଦେଇ ଯାଉଥିଲା । ସେ ଦେଖିଲେ ସାଧୁ ତପସ୍ୟାରତ । ନୂତନ କମ୍ବଳ ପ୍ରତି ଚୋରର ଲୋଭ ରହିଲା । ସେ ଅନୁଭବ କଲା ସାଧୁଙ୍କର ଏହା କିଛି ଆବଶ୍ୟକ ନୁହେଁ । ତେଣୁ ସେ ସାଧୁଙ୍କ ଠାରୁ କମ୍ବଳଟିକୁ କାଢି ନେଇଗଲା । ସାଧୁ କହିଲେ ତଥାସ୍ତୁ! କିଛି ଦୂରରେ ଜଣେ ଭଦ୍ର ବ୍ୟକ୍ତି ଏସବୁ ଦେଖୁଥିଲା । ସାଧୁଙ୍କର ଧ୍ୟାନ ଭଙ୍ଗ ପରେ ସାଧୁଙ୍କୁ ପଚାରିଲେ – ଆପଣ ଦାନୀ ବ୍ୟକ୍ତିଙ୍କୁ ତଥାସ୍ତୁ କହିଲେ, ଚୋରକୁ ବି ତଥାସ୍ତୁ କହିଲେ । ଏହାର ଉଦ୍ଦେଶ୍ୟ ମୁଁ କିଛି ବୁଝି ପାରିଲି ନାହିଁ । ସାଧୁ କହିଲେ- ଯଦି ବ୍ୟକ୍ତି ଫଳ ପାଇବା ଆଶାରେ କର୍ମ କରୁଥାଏ ତେବେ ତାହାର ଏହା ଭ୍ରମ ଧାରଣା । ଯଦି ବ୍ୟକ୍ତି ଫଳ ପ୍ରତି ଆଶା ନ ରଖି କର୍ମ କରୁଥାଏ ତାହାହେଲେ ଭଲ । ଭଗବାନ ତାର ଫଳ ତାକୁ ନି୧⁄୨ିତ ଦେବେ । ସେ ବ୍ୟାକୁଳ ହେବା ଆବଶ୍ୟକ ନାହିଁ । ତାର କର୍ମ ଫଳ ଅନୁଯାୟୀ ତାର ଭାଗ୍ୟ ନିର୍ଦ୍ଧାରିତ
ହୋଇଥାଏ । ବ୍ୟକ୍ତିର ଚିନ୍ତା ତାର କର୍ମ ହୋଇଥାଏ, କର୍ମରୁ ତାର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ ।

Leave A Reply

Your email address will not be published.