Latest Odisha News

BREAKING NEWS

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ସୁନାମୀ ସତର୍କ ସୂଚନା ଜାରି

ୱେଲିଂଟନ: ତୁର୍କୀ ପରେ ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ। ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା କର୍ମାଡେକ୍ ଦ୍ୱୀପରେ ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୧ ରହିଛି। ଭୂମିକମ୍ପ ଶକ୍ତିଶାଳୀ ଥିବାରୁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ, ଭୂମିକମ୍ପର ଗଭୀରତା ୧୦ କିମି ରହିଛି।


ଦ୍ୱୀପର ୩୦୦ କିମି ଏରିଆ ଭିତରେ ସୁନାମୀ ସତର୍କ ସୂଚନା ଜାରି କରିଛି ଆମେରିକା ସୁନାମୀ ୱାର୍ଣିଂ ସିଷ୍ଟମ। ତେବେ ନ୍ୟୁଜିଲାଣ୍ଡ ପାଇଁ କୌଣସି ସୁନାମୀ ଚେତାବନୀ ନାହିଁ ବୋଲି ଦେଶର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ସୂଚନା ଦେଇଛି। ସୂଚନା ଥାଉକି ବିଶ୍ୱର ଦୁଇଟି ବଡ଼ ବଡ଼ ଟେକ୍ଟୋନିକ ପ୍ଲେଟ୍‌ର ସୀମାରେ ନ୍ୟୁଜିଲାଣ୍ଡ ରହିଛି। ତେଣୁ ଅନେକ ସମୟରେ ଏଠାରେ ଭୂମିକମ୍ପ ହେବା ଏକ ସାଧାରଣ କଥା ହୋଯାଇଛି। ପ୍ରତି ବର୍ଷ ଏଠାରେ ଛୋଟବଡ଼ ହଜାର ହଜାର ଭୂମିକମ୍ପ ହୋଇଥାଏ

Comments are closed.