Latest Odisha News

BREAKING NEWS

ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଦି ଇୟର ପୁରସ୍କାର  । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ୍‌ ହେଉଛି ଏକ ପ୍ରକାଶନୀ ସଂସ୍ଥା । ୨୦୧୫ରେ ଏହା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରାଜନଙ୍କୁ ଏହି ସମ୍ମାନ ମିଳିଥିଲା  । ଆଉ ଏବେ ଗଭର୍ଣ୍ଣର ଶକ୍ତିଦାସଙ୍କୁ ଏହି ପୁରସ୍କାର ମିଳିଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦାୟିତ୍ୱ ଗ୍ରହଣ ପରଠାରୁ କରୋନା ମହାମାରୀ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଭଳି ବହୁ ଆହ୍ୱାନକୁ ସଫଳ ତାର ସହ ସାମ୍ନା କରିଛନ୍ତି ।  ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଜଣାଯାଇଛି ଯେ, ମହାମାରୀ ସମୟରେ ଉଭୟ ପାରମ୍ପରିକ ଓ ଅଣ ପାରମ୍ପରିକ ପଦକ୍ଷେପ ଜରିଆରେ ରିଜର୍ଭ ବ୍ୟାଙ୍କ ସଙ୍କଟର ସଫଳ ମୁକାବିଲା କରିବା ସହ ରିଜର୍ଭ ବ୍ୟାଙ୍କ ଏହାର ଭଣ୍ଡାରକୁ ମଧ୍ୟ ଉଚିତ୍‌ ଢଙ୍ଗରେ ବ୍ୟବହାର କରିଥିଲା  ।

ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ସମୟରେ ଲୋକେ ୟୁପିଆଇର ବ୍ୟବହାର ଅଧିକ ପରିମାଣରେ ହୋଇପାରିଛି । ଯାହା ବର୍ତ୍ତମାନ ସାରା ବିଶ୍ୱରେ ୟୁପିଆଇକୁ ଦୃଷ୍ଟାନ୍ତମୂଳକ ଗ୍ରହଣ କରାଯାଉଛି । ତେବେ ଗତ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (GDP) ୯୦ ପ୍ରତିଶତ ବଢ଼ିଥିବା ବେଳେ ମୁଣ୍ଡପିଛା ଆୟ ୭୦% ବଢ଼ିଥିବା ବିଷୟ ଆଦି ବିଚାରକୁ ନେଇ ଶକ୍ତିକାନ୍ତଙ୍କୁ ପୁରସ୍କାର ଦିଆଯାଇଥିବା ସୂଚନା ରହିଛି  ।

ଉଲ୍ଲେଖ୍ୟଯୋଗ୍ୟ, କ୍ରିପ୍ଟୋକରେନ୍ସି ବିରୋଧରେ ଶକ୍ତିକାନ୍ତ ବହୁ ଦିନରୁ ସ୍ୱର ଉଠାଇଥିଲେ କିନ୍ତୁ ସେ ନିଜ ଆଭିମୁଖ୍ୟକୁ ବଦାଳାଇ ନାହାଁନ୍ତି  । ତାଙ୍କ ଅଧୀନରେ ରିଜର୍ଭ ବ୍ୟାଙ୍କ ନିଜର ଡିଜିଟାଲ୍‌ ମୁଦ୍ରାର ପରୀକ୍ଷଣ ଆରମ୍ଭ କରିଛି  ।

 

Leave A Reply

Your email address will not be published.