Latest Odisha News

BREAKING NEWS

ପ୍ରକାଶ ପାଇଲା ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ଏଥର ମୋଟ୍ ପାସ୍ ହାର ୪୩.୬୨ ପ୍ରତିଶତ ରହିଥିବାନେଇ ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି ।

ସେହିପରି ଓଡିଶା ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କ ମୋଟ୍ ପାସ୍ ହାର ୬୩.୪୪ ପ୍ରତିଶତ ରହିଥିବା ନେଇ ଜଣାପଡିଛି ।

ପରୀକ୍ଷାର୍ଥୀମାନେ www.bseodisha.ac.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।

ସୂଚନାଯୋଗ୍ୟ, ଚଳିତଥର ସାରା ରାଜ୍ୟର ପ୍ରାୟ ୧୨୨ଟି କେନ୍ଦ୍ରରେ ପାଖାପାଖି ୨୭,୬୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ପ୍ରାୟ ୫୫ଟି କେନ୍ଦ୍ରରେ ୯,୦୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Comments are closed.