Latest Odisha News

BREAKING NEWS

ଭାଷା ଭାଗବତ : ସର୍ବଜ୍ଞାତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ଅତି ଗପୁଡ଼ି ହୋଇ ବ୍ୟକ୍ତି
କରେ ଭାଷାର ଯେତେ କ୍ଷତି
ହୋଇନି ତହିଁର ଗଣତି
ଏମିତି ଅଟେ ଆମ ଜାତି

କାମରେ ନ ଲଗାଇ ମତି
ଲୋକେ ଲୋଡ଼ଂତି ନିଜ ଖ୍ୟାତି
ଯଶଲାଳସୀ ହେଲେ ବ୍ୟକ୍ତି
ଜାତିରେ ପଡ଼ଇ ବିପତ୍ତି

ଶିଖି ଶିଖାଇ ପାରେନାହିଁ
ସଦା ଅହଂସର୍ବସ୍ବ ହୋଇ
କରେ ଯେ ଜୀବନ ଯାପନ
ତାହାକୁ ଦେଉଁ ଆମେ ଧ୍ୟାନ

ଯେ ନିଏ ଆମଠାରୁ ମତ
ସେ ହୁଏ ତା ଦଳର ଭୃତ୍ୟ
ବୋଲାଏ ଲୋକ ପ୍ରତିନିଧି
ସଂଗ୍ରହ କରୁଥାଏ ନିଧି

ଯାହାକୁ ମିଳଇ କ୍ଷମତା
ଶୁଣେନି କେବେ କାହା କଥା
ହୋଇ ସଂପୂର୍ଣ ଆତ୍ମଲୀନ
ଚଳାଉଥାଏ ପ୍ରଶାସନ

କ୍ଷମତା ନୁହେ ଦୀର୍ଘସ୍ଥାୟୀ
ହୋଇଲେ ତହିଁର ଆଶ୍ରୟୀ
ବ୍ୟକ୍ତି ହୁଏନି କାର୍ଯକ୍ଷମ
ଭୋଗେ ତହିଁର ପରିଣାମ

ପରେ କଲେ ବି ପଶ୍ଚାତ୍ତାପ
ମନରେ ଦ୍ବିଗୁଣ ସଂତାପ
ହୁଅଇ ଆପେ ଆପେ ଜାତ
ଏ ସତ୍ୟ ଅଟେ ସର୍ବଜ୍ଞାତ

Comments are closed.