Latest Odisha News

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମୁକାବିଲା

ଗାୟେନା: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକକୁ ଟି-୨୦ ମୁକାବିଲାରେ ବିଜୟୀ ହୋଇ ସିରିଜ୍ ହାତେଇଥିବା ବେଳେ ଆଜିଠୁଁ ଆରମ୍ଭ ହେଉଛି ଦିନିକିଆ ଟକ୍କର୍ । ବିରାଟ କୋହଲୀଙ୍କ ଭାରତୀୟ ଦଳ ୱେଷ୍ଟ ଇଣ୍ଡିଜ ଦଳଠୁଁ ବେଶ୍ ଶକ୍ତିଶାଳୀ ସାବ୍ୟସ୍ତ ହେଉଥିଲେ ମଧ୍ୟ ଘରୋଇ ପିଚରେ କାରବିୟାନ୍ ଦଳକୁ ପରାସ୍ତ କରିବା କଷ୍ଟକର ।

ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୩-୦ରେ ଇଣ୍ଡିଜ୍ ଦଳକୁ ପରାସ୍ତ କରିବା ପରେ ଦିନିକିଆରେ ଦୃଢ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇବେ କପ୍ତାନ କୋହଲୀ । ଦଳରେ ଦୁର୍ଦ୍ଦଶ ଓପନର୍ ଶିଖର ଧାୱନ ଓ ମନିଷ ପାଣ୍ଡେ ଏବଂ ରିଷଭ ପନ୍ଥଙ୍କ ପରି ଉପଯୋଗୀ ବ୍ୟାଟ୍ସମ୍ୟାନଙ୍କ ଖେଳିବା ସମ୍ଭାବନା ଥିବାରୁ ଦଳ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ମନେହୁଏ ।

କ୍ରିସ୍ ଗେଲଙ୍କ ଉପରେ ସମସ୍ତଙ୍କ ଉପରେ ସମସ୍ତଙ୍କ ନଜର୍

ଏହି ଦିନିକିଆ ସିରିଜରେ ୱେଷ୍ଟଇଣ୍ଡିଜର ଧୁଆଁଧାର ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଘରୋଇ ଇଣ୍ଡିଜ୍ ଦର୍ଶକ ଅପେକ୍ଷା କରିଛନ୍ତି । କ୍ରିସ୍ ଗେଲ୍ ବିଶ୍ୱକପ ମ୍ୟାଚରେ ଅବସର ଘୋଷଣା କରିବାର କାର୍ଯ୍ୟକ୍ରମ ରଖିଥିଲେ ମଧ୍ୟ ତାଙ୍କର ଅନ୍ୟତମ ପ୍ରିୟ ଦଳ ଟିମ୍ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍ ଖେଳି କ୍ରିକେଟରୁ ଅବସର ଘୋଷଣା କରିବାକୁ ମନସ୍ଥ କରିଛନ୍ତି । ତେଣୁ ଶୃଙ୍ଖଳାର ଏହି ୩ଟି ମ୍ୟାଚ୍ ହିଁ ଜୀବନର ଅନ୍ତିମ ଦିନିକିଆ ମ୍ୟାଚ୍ ହେବ । ସେହି ଦୃଷ୍ଟିରୁ ସେ ତାଙ୍କର ସ୍ୱାଭାବିକ ଢଙ୍ଗରେ ଛକା ମାରି ବ୍ୟାଟିଂ କରିବାକୁ ପ୍ରଚେଷ୍ଟା କରିବେ । ଆଜିର ମ୍ୟାଚରେ କ୍ରିସ ଗେଲ୍ ଏକ ବିସ୍ଫୋରକ ଇନିଂସ ଖେଳି ରୋହିତଙ୍କୁ ଟକ୍କର୍ ଦେବାକୁ ଚେଷ୍ଟା କରିବେ । ମହମ୍ମଦ ସାମି ଏବଂ ଭୁବନେଶ୍ୱର କୁମାର ଗେଲ ବିସ୍ଫୋରଣ ପ୍ରତିହତ କରିବାକୁ କିପରି ଉଦ୍ୟମ କରୁଛନ୍ତି ତାହା ଆଜିର ମ୍ୟାଚରେ ଦେଖିବାକୁ ମିଳିବ ।

ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ ଆୟାର, ଲୋକେଶ ରାହୁଲ, ଶ୍ରେୟସ ଆୟାର, ମନିଷ ପାଣ୍ଡେ, ରିଷଭ ପନ୍ଥ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ନବଦୀପ ସାଇନି ଏବଂ ଖଲିଲ୍ଲ୍ ଅହମ୍ମଦ ।

ୱେଷ୍ଟଇଣ୍ଡିଜ ଦଳ:

ଜାସନ୍ ହୋଲ୍ଡର (କପ୍ତାନ), କ୍ରିସ ଗେଲ, ଜନ୍ କ୍ୟାମ୍ପବେଲ, କାର୍ଲୋସ ବ୍ରାଥୱେଟ, ଏଭିନ ଲୁଇସ, ସାଇ ହୋପ, ସିମରନ ୱାଟମୋର, ନିକୋଲସ୍ ପୂରଣ, ରଷ୍ଟନ ଚେକ, ଫାବିଆନ ଆଲେନ, ସେଲଡ଼ନ କଟ୍ରେଲ, କିମୋ ପଲ, ଓସାନେ ଥୋମାସ ଏବଂ କେମର୍ ରୋଚ୍ ।

ଗୁରୁବାର ଦିିନ ଗାୟେନାଠାରେ ଅନୁଷ୍ଠିତ ହେଉଥିବା ଏହି ଦିନିକିଆ ମ୍ୟାଚ ଭାରତୀୟ ସମୟ ରାତି ୭ଟାରେ ଆରମ୍ଭ ହେବ ।

Comments are closed.