Latest Odisha News

BREAKING NEWS

ଅମ୍ରିତପାଲଙ୍କ ରୂପ ଏକ ଚେହେରା ଅନେକ, ପୋଲିସ ଜାରି କଲା ସ୍କେଚ

ଚଣ୍ଡିଗଡ: ୩ ଦିନ ବିତିଯାଇଥିଲେ ମଧ୍ୟ ଉଗ୍ରବାଦୀ ଅମ୍ରିତପାଲକୁ ଧରିବାରେ ପଞ୍ଜାବ ପୋଲିସ ବିଫଳ ହୋଇଛି । ଅମ୍ରିତପାଲ ବେଶ ବଦଳାଇବାରେ ଧୂରନ୍ଧର । ତାର ରୂପ ଏକ ବେଶ ଅନେକ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅମ୍ରିତପାଲର ବିଭିନ୍ନ ସ୍କେଚକୁ ପୋଲିସ ବିମାନବନ୍ଦର, ସୀମା ସୁରକ୍ଷା ବଳ, ସଶସ୍ତ୍ର ସୀମା ବଳ ନିକଟକୁ ପଠାଯାଇଛି । ଏହା ବ୍ୟତୀତ ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସତର୍କ କରାଇ ଦିଆଯାଇଛି ।

ବିଶେଷ କରି ହରିୟାଣା, ଚଣ୍ଡୀଗଡ ଓ ହିମାଚଳପ୍ରଦେଶ ପୋଲିସକୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅମ୍ରିତପାଲ ବେଶ ବଦଳାଇ ପାକିସ୍ତାନ ଏବଂ ନେପାଳକୁ ଖସିଯିବା ପାଇଁ ଉଦ୍ୟମ କରିପାରେ ବୋଲି ଆଶଙ୍କା କରାଯାଉଛି । ପଞ୍ଜାବକୁ ଲାଗି କରି ରହିଥିବା ୫୫୦ କିଲୋମିଟର ପାକିସ୍ତାନ ସୀମାରେ ବିଏସଏଫ ଯବାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।

ଅମ୍ରିତପାଲର ପଗଡି ଏବଂ ବିନା ପଗଡି ଫଟୋ ପୋଲିସ ବିଭିନ୍ନ ସ୍ଥାନରେ ଲଗାଇଛି । ସୂଚନାଯୋଗ୍ୟ ଖଲିସ୍ତାନ ମୁଭମେଂଟ ନାମରେ ଅମ୍ରିତପାଲ ଦେଶ ବିରୋଧୀ କାର୍ଯ୍ୟ କରୁଥିଲା । ଏହା ଜଣାପଡିବା ପରେ ପୋଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଥିବା ବେଳେ ୱାରିସ ପଞ୍ଜାବ ଦେର ଏହି ନେତା ବେଶ ବଦଳାଇବା ଖସି ପଳାଇଥିବା ଜଣାପଡିଛି ।

Leave A Reply

Your email address will not be published.