ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ଟାର୍ଗେଟ । ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ତଦନ୍ତ ପାଇଁ ସେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ତତ୍କାଳୀନ ମେଘାଳୟ ସରକାରଙ୍କ ଦୁର୍ନୀତିଗ୍ରସ୍ତ ପ୍ରଥା ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଅମିତ ଶାହା ପଦକ୍ଷେପ ନେବାରେ ବିଫଳ ହେବାର କିଛି କାରଣ ନିଶ୍ଚୟ ଥିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ମାର୍ଚ୍ଚ ୨୧ ରେ ଜୟରାମ ରମେଶ ଲେଖଥିବା ଏହି ଚିଠିର ଏକ କପି ଗୁରୁବାର ଟୁଇଟରରେ ସେୟାର କରିଛନ୍ତି। ସେ ଏହି ଚିଠିରେ କହିଛନ୍ତି ଯେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ୧୭ ଫେବୃଆରୀ ୨୦୨୩ରେ ଅମିତ ଶାହା ତାଙ୍କର ଏକ ସାଧାରଣ ସଭାରେ କହିଥିଲେ ଯେ; ତତ୍କାଳୀନ ମେଘାଳୟ ସରକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର। ଜୟରାମ ରମେଶ ଦାବି କରିଛନ୍ତି, ଅମିତ ଶାହା ଭାରତ ସରକାରଙ୍କ ଗୃହ ମନ୍ତ୍ରୀ । ଏଥିସହ ଜୟରାମ ରମେଶ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠିରେ କହିଛନ୍ତି, ମୁଁ ଆପଣଙ୍କୁ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନୁରୋଧ କରୁଛି, ଅମିତ ଶାହାଙ୍କୁ ଡକାଇ ତାଙ୍କୁ ସମସ୍ତ ତଥ୍ୟ ଦେବାକୁ କୁହନ୍ତୁ ଯାହା ଆଧାରରେ ସେ ଏପରି ମୂଲ୍ୟାଙ୍କନ କରିଥିଲେ। ଏହି ଘଟଣାର ଅନୁସନ୍ଧାନ ମଧ୍ୟ କରାଯିବା ଉଚିତ।
Comments are closed.