Latest Odisha News

BREAKING NEWS

ବାଲିମେଳା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ବାଲିମେଳା ସଂରକ୍ଷିତ ଜଙ୍ଗଲର ତାଇମାଲ ଗାଁ ନିକଟରୁ ସ୍ୱତନ୍ତ୍ର ଅପରେସନ୍ ବେଳେ ବିଏସଏଫ୍ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଆନ୍ଧ୍ର ସୀମାକୁ ଲାଗି ରହିଥିବା ଚିତ୍ରକୋଣ୍ଡା ଥାନା ତାଇମାଲ ଓ ଲାରିଗୁଡ଼ା ଗାଁ ନିକଟରୁ ମାଓ ସାମଗ୍ରୀ ମିଳିଛି ।

୩ଟି ଷ୍ଟିଲ୍ ଟିଫିନ୍ ବୋମା, ୨ଟି ଏସବିଏମଏଲ୍ ଗନ, ଗୋଟିଏ ବ୍ୟାରେଲ୍ ଅଫ୍ ଏସବିଏମ୍ଏଲ୍, ୨ଟି ଖାଲି ଏସବିଏମଏଲ୍ ଖୋଳା, ୧୧ଟି ଗ୍ରେନେଡ୍, ୨୮ଟି ଡିଟୋନେଟର, ଇନସାସ୍ ମାଗାଜିନ୍, ୱାକିଟକି, ବିସ୍ଫୋରକ ପାଉଡର, ଆଇଡି ତିଆରି ସାମଗ୍ରୀ, ମାଓ ପୁସ୍ତିକା ଓ ଅନ୍ୟ ଉପକରଣ ଜବତ କରିଛି ବିଏସଏଫ୍ ।

ଅପହଞ୍ଚ ଅଞ୍ଚଳ ଯୋଗୁଁ ବାଲିମେଳା ସଂରକ୍ଷିତ ଜଙ୍ଗଲ ମାଓବାଦୀଙ୍କ ପାଇଁ ଦିନେ ସ୍ୱର୍ଗ ପାଲଟିଥିଲା । ବିଏସଏଫ୍ ଓ ପୋଲିସର ମାଓ ବିରୋଦୀ ଅପରେସନ୍ ପାଇଁ ଉକ୍ତ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଓ କାର୍ଯ୍ୟକଳାପ ଥମିବାରେ ଲାଗିଛି ।  ମାଓବାଦୀଙ୍କ ସହିଦ ଦିବସ ପାଳନ ସମୟରେ ଏତେ ପରିମାଣର ବିସ୍ଫୋରକ ଜବତ ହେବା ସୁରକ୍ଷା ବାହିନୀକୁ ବଳ ଯୋଗାଇଛି ।

Leave A Reply

Your email address will not be published.