Latest Odisha News

BREAKING NEWS

ଶାମ୍ଭବୀ ପୁରସ୍କାର ୨୦୨୩ରେ ସାମାଜିକ ପରିବର୍ତ୍ତନକାରୀ ସମ୍ମାନିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍‌ଲିମିଟେଡ଼ (ଇମ୍ପା)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଆଡଭୋକେସି କ୍ଷେତ୍ରରେ ଯୋଗଦାନ ପାଇଁ ଡଃ ମହମ୍ମଦ ଇମ୍ରାନ୍ ଅଲ୍ଲୀଙ୍କୁ ଶାମ୍ଭବୀ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି ।

ସେହିପରି ବୀପିନ୍‌ବିହାରୀ ପଣ୍ଡାଙ୍କୁ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଜୁରି କମେଣ୍ଡେସନ୍‌ ସାର୍ଟିଫିକେସନ୍‌ରେ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ଡଃ ଆର ବାଲା ସୁବ୍ରମଣ୍ୟମ୍‌ (ସଦସ୍ୟ-ଏଚ୍‌ଆର, କେପାସିଟିବିଲ୍ଡିଂକମିଶନ, ଭାରତସରକାର)ଙ୍କ ଉପସ୍ଥିତିରେ ଚଳିତବର୍ଷ  ଭୁବନେଶ୍ୱରଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

୨୦୧୪ ମସିହାରେ ବଂଶୀଧର ଓ ଇଲା ଫାଉଣ୍ଡେସନ୍ ପକ୍ଷରୁ ‘ଶାମ୍ଭବୀ ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସମସ୍ତ କଷ୍ଟକର ଆହ୍ୱାନ ସତ୍ତ୍ୱେ ବିଚଳିତ ନ ହୋଇ ପ୍ରତିବଦ୍ଧତାର ସହିତ ସାମାଜିକ କାର୍ଯ୍ୟ କରୁଥିବା ହିରୋମାନଙ୍କ ସଫଳତାକୁ ଲୋକଲୋଚକୁ ଆଣିବା ସହିତ ଅନ୍ୟମାନଙ୍କୁ ସେମାନଙ୍କ ମାର୍ଗ ଅନୁସରଣ ନିମନ୍ତେ ପ୍ରେରିତ କରିବା ଏହି ପୁରସ୍କାରର ମୁଖ୍ୟ ଲକ୍ଷ୍ୟ ।

ଓଡ଼ିଶାରେ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି, କିମ୍ବା ବିଭିନ୍ନ ବ୍ୟକ୍ତିଙ୍କୁ ନେଇ ଗଠିତ ଗ୍ରୁପ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରଭାବ,  ଦୀର୍ଘ ସ୍ଥାୟୀତ୍ୱ, ଗୋଷ୍ଠୀ ଯୋଗଦାନ, ପରିମାପ, ନବସୃଜନ ଏବଂହିତାଧିକାରୀ ଭଳି କିଛି ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରାଯାଇ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଚୟନ କରାଯାଇଥାଏ । ତାଙ୍କର ପ୍ରତିବଦ୍ଧତା ହିତାଧିକାରୀଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଦ୍ୱାରା ପ୍ରତିଫଳିତ ହୋଇଥାଏ ।ଏହି ସମ୍ମାନ ସେମାନଙ୍କୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ନିଜ ଲକ୍ଷ୍ୟ ହାସଲ ପାଇଁ ପ୍ରେରିତ କରିବା ସହିତ ସମାଜରେ ସେମାନଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରିଥାଏ ।

ଓଡ଼ିଶାରେ ନିଶା-ନିବାରଣକାର୍ଯ୍ୟ ପାଇଁବେଶ ପରିଚିତଡଃ ମହମ୍ମଦ ଇମ୍ରାନ୍ ଅଲ୍ଲୀ ପିଲା ଓ ଯୁବବର୍ଗଙ୍କଜୀବନରୁମାଦକ ଦ୍ରବ୍ୟର ସେବନର ପ୍ରଭାବକୁ ସମାପ୍ତ କରିବା ପାଇଁ ଲଗାତର ନିଜର କାର୍ଯ୍ୟ ଜାରି ରଖିଛନ୍ତି । ‘ବ୍ଲଡ଼ି ଗୁଟ୍‌ଖା’ ନାମକ ତାଙ୍କ ବହିରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ ପରିଗଣନା କରାଯାଇଛି । ଏହା ସହିତ ତାଙ୍କର ସ୍ୱେଚ୍ଛାସେବୀ ଗ୍ରୁପ୍ ‘ନିଶାମୁକ୍ତି ଯୁବସଂକଳ୍ପ’ ପଥପ୍ରାନ୍ତ ନାଟକ ଭଳି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଦ୍ୱାରା ଆଚରଣଗତ ପରିବର୍ତ୍ତନ ଆଣିପାରିଛି ।

ନିଶାମୁକ୍ତି ସମ୍ପର୍କିତ ଆହ୍ୱାନର ମୁକାବିଲା ଓ ଏକ ସୁସ୍ଥ ଜୀବନକୁ ଆପଣେଇବା ପାଇଁ ପିଲା ଓ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ନେତୃତ୍ୱ ଓ ସୃଜନଶୀଳ ଉପାୟକୁ ଫାଉଣ୍ଡେସନ୍ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଓଡ଼ିଶା ମଧ୍ୟରେ ସ୍ୱାସ୍ଥ୍ୟ ଓ ଆଡଭୋକେସି କ୍ଷେତ୍ରରେ ତାଙ୍କରଯୋଗଦାନ ଓ ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ ସ୍ୱରୁପ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଡଃ ମହମ୍ମଦଇମ୍ରାନ୍ ଅଲ୍ଲୀଙ୍କୁ ଶାମ୍ଭବୀ ପୁରସ୍କାର ୨୦୨୩ ପ୍ରଦାନ ଅବସରରେ ୨,୫୦,୦୦୦ ଟଙ୍କାର ନଗଦ ରାଶି, ଏକ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଛି ।

ନିଜ ପ୍ରିୟଜନମାନଙ୍କୁ ହରାଇଥିବା ଏବଂ ସମାଜର ମୁଖ୍ୟସ୍ରୋତଠାରୁ ଦୂରେଇ ରହିଥିବା ଲୋକମାନଙ୍କୁ ସହାୟତା କରିବା ଦିଗରେ ନିଃସ୍ୱାର୍ଥପର କାର୍ଯ୍ୟ, କରୁଣା ଏବଂ ସାହସର ପ୍ରଦର୍ଶନ ପାଇଁ ଚଳିତ ବର୍ଷ ବିଆଇପିଏଫ୍ ପକ୍ଷରୁ ବୀପିନ୍‌ ବିହାରୀ ପଣ୍ଡାଙ୍କୁ “ଜୁରିକମେଣ୍ଡେସନ୍‌ ସାର୍ଟିଫିକେସନ୍ ୨୦୨୩” ରେ ସମ୍ମାନିତ କରାଯାଇଛି । ମାନସିକ ରୋଗରେ ପୀଡ଼ିତ ଲୋକମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇବା, କଷ୍ଟରେ ଥିବା ଲୋକମାନଙ୍କୁ ସହାୟତା କରିବା ଓ ନିଜ ଘରୁ ଲୁଚି ପଳାଇଥିବା ପିଲାମାନଙ୍କୁ ନିଜର ପରିବାର ସହ ପୁନର୍ମିଳନ ଦିଗରେ ତାଙ୍କର ଅନୁକରଣୀୟ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୁପ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ବୀପିନ୍‌ ବିହାରୀ ପଣ୍ଡାଙ୍କୁ ଶାମ୍ଭବୀ ପୁରସ୍କାର ଜୁରିକମେଣ୍ଡେସନ୍‌ ସାର୍ଟିଫିକେସନ୍ ୨୦୨୩ ଅନ୍ତର୍ଗତ ୫୦,୦୦୦ ଟଙ୍କାର ନଗଦ ରାଶି ସହିତ ଏକ ମାନପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍‌ର ସିଇଓ ଏବଂ ଟ୍ରଷ୍ଟି ଶୈଫାଳିକା ପଣ୍ଡା କହିଛନ୍ତି ଯେ, “ ନିଜ ହିତକୁ ପଛରେ ପକାଇ ବଦାନ୍ୟ କାର୍ଯ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲୋକମାନଙ୍କୁ ଏହି ମଂଚରେ ସମ୍ମାନିତ କରାଯାଇଥାଏ । ପ୍ରତ୍ୟେକବ୍ୟକ୍ତି, କମ୍ପାନୀ କିମ୍ବା କର୍ତ୍ତୃପକ୍ଷ ସେମାନଙ୍କ ଦକ୍ଷତା ପଦ୍ଧତି, ବିକାଶ ସମ୍ପର୍କିତ ମାମଲାର ଦୀର୍ଘ ସ୍ଥାୟୀ ସମାଧାନ ପାଇଁ ବୃହତ୍ତ ସ୍ତରରେ ଯୋଗଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଉଚିତ । ଏହା ଦ୍ୱାରା ଆମେ ସମସ୍ତଙ୍କ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ପାରିବା ।”

ଶାମ୍ଭବୀ ପୁରସ୍କାର ୨୦୨୩ର ଜୁରିସଦସ୍ୟବୃନ୍ଦ ହେଲେଡଃ ଅରବିନ୍ଦ କୁମାର ପାଢୀ, ଆଇଏଏସ୍ (ପ୍ରମୁଖ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର), ପ୍ରଫେସର ସଞ୍ଜୟ କେ ନାୟକ(କୁଳପତି, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ), ଡଃ ଆଭା ମିଶ୍ର (ହେଡ୍ ଅଫ୍ ଅଫିସ୍‌-ୟୁଏନ୍‌ଡିପି, ଓଡ଼ିଶା), କେ ରବି (ରେସିଡେଣ୍ଟ ଏଡ଼ିଟର, ଦି ସେଟ୍ସମେନ୍‌, ଭୁବନେଶ୍ୱର), ଶୈଫାଳିକା ପଣ୍ଡା (ସିଇଓଏବଂଟ୍ରଷ୍ଟି, ବଂଶୀଧର ଓଇଲା ପଣ୍ଡା ଫାଉଣ୍ଡେସନ୍‌) । ୧୦ମ ଶାମ୍ଭବୀ ପୁରସ୍କାର ୨୦୨୩ର ଫିଲ୍ଡ ଆସେସର ଥିଲେ ଦୀପ୍ତି ରଞ୍ଜନ ବେହେରା (ପୂର୍ବତନ ସିଏସ୍‌ଆରହେଡ଼-ଆରବିଏସ୍‌ଜିଗ୍ରୁପ୍‌) ।

Leave A Reply

Your email address will not be published.