Latest Odisha News

BREAKING NEWS

ମାର୍ଚ୍ଚ ୩୦ରେ ଅଜୟଙ୍କ ଡ଼ବଲ ଧମାକା: ରିଲିଜ୍ ହେବ ଫିଲ୍ମ ‘ଭୋଲା’ , ‘ମଇଦାନ’ର ଟିଜର

ମୁମ୍ବାଇ; ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କର ଆଗାମୀ ଫିଲ୍ମ ‘ଭୋଲା’ କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତିି । ଫିଲ୍ମର ଟ୍ରେଲର ପ୍ରଶଂସକଙ୍କ ମଧ୍ୟରେ ବହୁ ଲୋକପ୍ରିୟତା ହାସଲ କରିଛି । ଏବେ ଲୋକମାନେ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ଏବେ ଅଜୟ ତାଙ୍କ ପ୍ରଶଂସକଙ୍କ ସହ ଆଉ ଏକ ଭଲ ଖବର ସେୟାର କରିଛନ୍ତି । ଅଜୟ ତାଙ୍କ ଫିଲ୍ମ ‘ମଇଦାନ’ର ଟିଜର ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ।

ନିକଟରେ ଅଜୟ ସୋସିଆଲ ମିଡିଆରେ ତାଙ୍କ ଫିଲ୍ମ ‘ମଇଦାନ’ର ପୋଷ୍ଟର ସେୟାର କରିଛନ୍ତି । ମାର୍ଚ୍ଚ ୩୦ ତାରିଖରେ ଫିଲ୍ମ ‘ଭୋଲା’ ମୁକ୍ତିଲାଭ କରିବ ଏବଂ ସେହିଦିନ ଫିଲ୍ମ ‘ମଇଦାନ’ର ଟିଜର ମଧ୍ୟ ରିଲିଜ୍ ହେବ । ଅଜୟଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ହେଉଛନ୍ତି । ଫିଲ୍ମ ‘ମଇଦାନ’ ଆସନ୍ତା ଜୁନ୍ ୨୩ରେ ମୁକ୍ତିଲାଭ କରିବ ।

ଅଜୟଙ୍କ ଅଭିନିତ ଫିଲ୍ମ ‘ମଇଦାନ’ ଦୀର୍ଘ ସମୟ ଧରି ରିଲିଜ୍ ଅପେକ୍ଷାରେ ଅଛି । ସୀନେପ୍ରେମୀ ମଧ୍ୟ ଏହି ଫିଲ୍ମକୁ ଦେଖିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । କରୋନା କାରଣରୁ ଏହି ଫିଲ୍ମକୁ ପୂର୍ବରୁ ସ୍ଥଗିତ ରଖିବାକୁ ପଡିଥିଲା । ପରେ ଏହାର ରିଲିଜ୍ ତାରିଖ ପ୍ରକାଶ ପାଇଲା, କିନ୍ତୁ ନିର୍ମାତାମାନେ ପୁନର୍ବାର ଏହାର ରିଲିଜକୁ ସ୍ଥଗିତ ରଖିଲେ ।

Leave A Reply

Your email address will not be published.