Latest Odisha News

BREAKING NEWS

କବିତା : ରାମ ନବମୀ

ଜ୍ଞାନ ରଞ୍ଜନ ଦାଶ 

ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ
ଲଙ୍କପତି ଦଶାନନ
ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ
ଜନ୍ମିତ ରଘୁ ନନ୍ଦନ ।

ପୁତ୍ରେଷ୍ଠି ଯାଗର କରି ଆୟୋଜନ
ଋଷ୍ୟଶୃଙ୍ଗ ପୌରୋହିତ୍ୟେ
ଦଶରଥ ଲାଭ କଲେ ଚତୁସ୍ପୁତ୍ର
ଜଗତ ଜନଙ୍କ ହିତେ ।

କୌଶଲ୍ୟା ଉଦରୁ ଉଦେ ନିଶାକର
ରମଣୀୟ ରୂପ ରାମ
କୈକେୟୀ ସନ୍ତାନ ଭରତ, ସୁମିତ୍ରା
ସୂତ ଲକ୍ଷ୍ମଣ ଶତୃଘ୍ନ ।

ଅଗ୍ରଜ ଶ୍ରୀରାମ ନୟନାଭିରାମ
ଶ୍ୟାମ ତନୁ ଧନୁର୍ଦ୍ଧର
ମର୍ଯ୍ୟାଦା ପୁରୁଷୋତ୍ତମ ସଚ୍ଚରିତ୍ର
ସକଳ ଗୁଣ ଆଧାର ।

ସ୍ଵୟଂ ନାରାୟଣ ଧରାବତରଣ
କରିଛନ୍ତି ରାମ ରୂପେ
ଶୁଣି ଶିହରଣ ଜାଗିଲା ସାକେତ
ପ୍ରଜା ଗଣ ଲୋମକୂପେ ।

ନରସିଂହପୁର
କଟକ

Leave A Reply

Your email address will not be published.