Latest Odisha News

BREAKING NEWS

ଗର୍ଭାବସ୍ଥାରେ ଏହି ଔଷଧ ଖାଆନ୍ତୁ ନାହିଁ, ଶିଶୁର ବିକାଶ ଉପରେ ପଡ଼ିବ ପ୍ରଭାବ

ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇଥାଆନ୍ତି । ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ​​ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନକରି ପାରାସିଟାମଲ ଖାଇଥା’ନ୍ତି । ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମଲ ଆବଶ୍ୟକ ହୁଏ ନାହିଁ କିନ୍ତୁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ପ୍ରାକୃତିକ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଯେତେବେଳେ ଏହି ଔଷଧ ପ୍ରକୃତରେ ଆବଶ୍ୟକ ହୁଏ, ଏହା ଆଦୌ କାମ କରେ ନାହିଁ । ନିକଟରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଗର୍ଭାବସ୍ଥାରେ ପାରାସିଟାମଲ ବ୍ୟବହାର ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିପାରେ।

ଡେନମାର୍କ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଗର୍ଭାବସ୍ଥାରେ ପାରାସିଟାମଲ ଗ୍ରହଣ କରିବା ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶ ବନ୍ଦ ହୋଇପାରେ। ପାରାସିଟାମଲର ପାର୍ଶ୍ୱ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଗବେଷକମାନେ କେବଳ ବିଶେଷ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶରେ ପାରାସିଟାମଲ ବ୍ୟବହାର କରିବାକୁ ଚେତାବନୀ ଦେଇଛନ୍ତି ।

ଗର୍ଭାବସ୍ଥାରେ ପାରାସିଟାମଲ ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କ ସ୍ନାୟୁଗତ ରୋଗ ହୋଇପାରେ । ଏଥିସହ ଗର୍ଭାବସ୍ଥାରେ ପାରାସିଟାମଲର ବ୍ୟବହାର ପିଲାମାନଙ୍କର ମାନସିକ ଦକ୍ଷତା ଉପରେ ପ୍ରଭାବ ପକାଇଥାଏ ଏବଂ ସେମାନଙ୍କର ଶିକ୍ଷା କରିବାର କ୍ଷମତା ଉପରେ ପ୍ରଭାବ ପକାଇଥାଏ ।

 

Leave A Reply

Your email address will not be published.