Latest Odisha News

କ୍ରିକେଟ ଖେଳରୁ ହତ୍ୟା ମାମଲା, ୪ ଅଭିଯୁକ୍ତ ଗିରଫ

କଟକ :  କ୍ରିକେଟ୍ ଖେଳକୁ ନେଇ ଚୌଦ୍ବାରରେ ବିଭତ୍ସ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ସମ୍ପର୍କରେ ଏମାନଙ୍କୁ ଚୌଦ୍ବାର ଥାନାରେ ପଚରାଉଚରା ଚାଲିଛି। ଗିରଫ ୪ ଜଣଙ୍କୁ ଆଜି(ସୋମବାର) କୋର୍ଟ ଚାଲାଣ କରାଯିବ ।

ସୂଚନାଯୋଗ୍ୟ, ଗତକାଲି ଚୌଦ୍ବାର ଥାନା ଅନ୍ତର୍ଗତ ମହିଷାଲଣ୍ତାଠାରେ କ୍ରିକେଟ୍ ଖେଳ କଳିକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ପ୍ରଥମେ ବିବାଦ ଓ ପରେ ଦୁଇପକ୍ଷ ମଧ୍ୟରେ ମାଡ଼ପିଟ୍ ହୋଇ ହତ୍ୟାକାଣ୍ଡ ଘଟିଥିଲା। ଘଟଣାରେ ସମୃକ୍ତ ୪ଜଣ ଅଭିଯୁକ୍ତଙ୍କ ଭିତରୁ ଜଣକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ୩ଜଣ ଫେରାର୍ ହୋଇଯାଇଥିଲେ। ମୃତ ଅମ୍ପାୟାରଙ୍କ ନାଁ ଲକି ରାଉତ ଓ ତାଙ୍କ ଘର ମହିଶାଲଣ୍ଡାରେ । ଘଟଣାକୁ ନେଇ ପରସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

Comments are closed.