Latest Odisha News

ସବାଙ୍କ ଜୋତା ଧରି ବୁଲିଲେ ହ୍ରିତିକ୍

ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ଓ ସବା ଆଜାଦଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ହ୍ରିତିକଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ହଇଚଇ ସୃଷ୍ଟି କରିିଛିି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସବାଙ୍କ ଜୋତା ଧରି ହ୍ରିତିକ୍ ବୁଲୁଥିବାର ଦେଖିବାକୁ ମିଳିଛି ।

ନିକଟରେ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଏବଂ ହଲିଉଡ୍‌ର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ଏଥିରେ ଅଭିନେତା ହ୍ରିତିକ ଏବଂ ସବାଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା । ସେଠାରୁ ସେମାନଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହ୍ରିତିକ୍ ସବାଙ୍କ ହିଲ୍‌କୁ ହାତରେ ଧରି ବୁଲୁଥିବା ନଜର ଆସିଛନ୍ତିି । କାରଣ ସବା ହାଇହିଲ୍ ପିନ୍ଧି ବେଶୀ ସମୟ ଚାଲି ପାରି ନ ଥିଲେ । ଏନେଇ ହ୍ରିତିକ୍ ତାଙ୍କ ଜୋତାକୁ ହାତରେ ଧରିଥିଲେ ବୋଲି ଜଣାଯାଇଛି । ଏହି ଫଟୋକୁ ଦେଖି ଅନେକ ପ୍ରଶଂସକ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି ।

Comments are closed.