ନ୍ୟୁୟର୍କ: ସବୁଦିନ ଭଳି ସେଦିନ ସକାଳୁ ନଈକୁ ମାଛ ଧରିବାକୁ ଯାଇଥିଲେ ଲୋକେ । ହେଲେ ସେମାନେ କେବେ ଭାବି ନ ଥିଲେ ଯେ, ତାଙ୍କୁ ଏମିତି କିଛିଜିନିଷ ମିଳିବ ଯାହାକୁ ପାଇଁ ସେମାନେ ଖୁସିରେ ନାଚିଯିବେ । ନଈକୂଳରେ ପହଞ୍ôଚବା ବେଳକୁ ସେମାନଙ୍କ ନଜରକୁ ଆସିଲା ଶହ ଶହ ମଦ ବୋତଲ । ତାହା ପୁଣି ସିଲ୍ ଲଗା ବୋତଲ ।
ଆମେରିକାର ମୋଣ୍ଟାନା ଅଞ୍ଚଳରେ ଥିବା ଏକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏକ ଡଙ୍ଗାରେ ୩ ଜଣ ମାଛ ଧରାଳୀ ମୋଣ୍ଟାନା ନଦୀରେ ମାଛ ଧରିବା ପାଇଁ ପହଞ୍ôଚଲେ । ସେମାନେ ମାଛ ଧରିବେ କ’ଣ ତାଙ୍କ ସାମ୍ନାରେ ନଈ ପାଣିରେ ଭାସୁଥିଲା ଶହ ଶହ ମଦ ବୋତଲ । ତାହା ପୁଣି ସିଲ୍ ଲଗା ବଡ଼ ବଡ଼ କମ୍ପାନୀର ଦାମିକା ମଦ । ଏହି ବୋତଲଗୁଡ଼ିକ ଆସିଲା କେଉଁଠୁ ସେନେଇ ସେମାନେ ଖୋଳତାଡ଼ କଲେ । ଜଣାପଡ଼ିଲା ଯେ, ନଦୀ ନିକଟରେ ଥିବା ଏକ ସୁଡ଼ଙ୍ଗ ଦେଇ ଏକ ମାଲ୍ ବାହୀ ଟ୍ରେନ୍ର ୭ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା । ଫଳରେ ଏହି ଟ୍ରେନ ବଗିରେ ଥିବା ମଦ ପେଟି ନଦୀକୁ ଖସି ପଡ଼ିଥିଲା ।
Comments are closed.