ରାଶି ଫଳ
ତା ୧୨-୦୮-୨୦୧୯ ସୋମବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୧୨ ରିଖ ସୋମବାର କର୍କଟ ୨୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଘାତ ଚନ୍ଦ୍ର:-ତୁଳା କୁମ୍ଭ ରାଶି ପୁରୁଷ ଓ
ବୃଷ ମିଥୁନ ରାଶି ମହିଳାଙ୍କର
ଆଜି: ପୋଇ ଖାଇବା ନିଷେଧ
ମେଷ :-
ଆର୍ଥିକ ଅଭାବ ଦୂର ହୋଇଯିବ ।ବ୍ୟବସାୟରେ ଲାଭବାନ ହେବେ ।
ମାଲିମକଦମାରେ ବିଜୟୀ ହେବେ ।
ଦୃଢ ମନୋବଳ ଯୋଗୁ ବିପଦ ମୁକ୍ତ ହେବେ ।ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ
ବୃଷ :-
ସତର୍କତା ଅବଲମ୍ବନ କରନ୍ତୁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।
ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଦୂର ସ୍ଥାନକୁ ଯାତ୍ରା କରିବାର ଥିଲେ ସର୍ତକତା ଅବଲମ୍ବନ କରନ୍ତୁ ।
ମିଥୁନ :-
ଦୀର୍ଘ ଦିନର ଆଶା ଅଭିଳାଷ ପୁରଣ ହେବ ।ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ । କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ନିର୍ମାଣଧୀନ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିବ
।
କର୍କଟ :-
ସବୁଠାରେ ଜଯଯୁକ୍ତ ହେବେ ।ମାଲିମକଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ ।ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି ।
ପରିବାରରେ ସୁସମ୍ପର୍କ ପୂର୍ବପରି ଅତୁଟ ରହିବ ।ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ।
ସିଂହ :-
ପ୍ରତ୍ୟେକ ଉଦ୍ୟମରେ ସଫଳତା ପାଇବେ ।ପରିବାରରେ ସ୍ନେହ ସମ୍ପର୍କ ବୃଦ୍ଧି ପାଇବ ।ଶତୃମାନେ ପରାଜିତ ହେବେ ।ଶରୀର ସୁସ୍ଥ ରହିବ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।
କନ୍ୟା :-
ସାବଧାନ ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ମହିଳାମାନେ ବିନା ଦୋଷରେ ଦୋଷି ସାବ୍ୟସ୍ତ ହେବେ ।ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ ।
ତୁଳା :-
ଆଜି ଆପଣଙ୍କୁ ସଫଳତା ମିଳିବ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ବିଦ୍ୟାର୍ଥୀମାନେ କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।
ବିଛା :-
ଜମିଜମା ବିବାଦ ଦୂର ହୋଇଯିବ । ଧର୍ମକାର୍ୟ୍ୟ ପ୍ରତି ମନ ବଳାଇବେ । ଶାରୀରିକ ପାରିବାରିକ ଓ ମାନସିକ ଶାନ୍ତି ମିଳିବ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି ।
ଧନୁ :-
କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ ।ଦେହ ମନ ସୁସ୍ଥ ରହିବ । ବ୍ୟବସାୟରେ ବିଭିନ୍ନ ଦିଗରୁ ଲାଭବାନ ହେବେ ।ପୈତୃକ ସମ୍ପତ୍ତିର ପୁନରୁଦ୍ଧାର କରିବେ ।ଯାନବାହନ ଲାଭର ଯୋଗ ରହିଛି ।
ମକର :-
ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ପାରିବାରିକ ସମସ୍ୟା ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।କର୍ମ କ୍ଷେତ୍ରରେ ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ଅମନ ଯୋଗି ହେବେ ।
କୁମ୍ଭ :-
ପ୍ରତ୍ୟେକ ଉଦ୍ୟମରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହୋଇଯିବ ।ହଠାତ୍ ବନ୍ଧୁ ଗୃହକୁ ଆସିପାରନ୍ତି ।ବ୍ୟବସାୟରେ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ମହିଳାମାନେ ଖୁସିରେ ଦିନଟି ଅତିବାହିତ କରିବେ ।
ମୀନ:-
ଆଜି ଆପଣଙ୍କୁ ସଫଳତା ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ମହିଳାମାନେ ପ୍ରଶଂସନୀୟ ହେବେ । ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ।

Comments are closed.