Latest Odisha News

BREAKING NEWS

ଆସନ୍ତା ମେ’ ୭ରେ ନିଟ୍‌‌ ୟୁଜି ପ୍ରବେଶିକା, ଓଡ଼ିଶାର ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି

ଆସନ୍ତା ମେ’ ମାସ ୭ତାରିଖରେ ଅନୁଷ୍ଠିତ ହେବ ନିଟ୍‌‌ ୟୁଜି ପ୍ରବେଶିକା ଏହି କ୍ରମରେ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକ ସମେତ ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ୱଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖମୁଣ୍ଡି, ଫୁଲବାଣୀ, ରାୟାଗଡ଼ା ଆଦି ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନେଇ ନିଷ୍ପତ୍ତି ହୋଇଛି। ଏଥିସହ ନିର୍ଦ୍ଧାରିତ ସୂଚୀର ସପ୍ତାହକ ପୂର୍ବରୁ ଆଡମିଟ୍‌‌ କାର୍ଡ଼ www.neet.nta.ac.in ୱେବ୍ ସାଇଟ୍‌‌ରେ ଉପଲବ୍ଧ ହେବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି ।

Comments are closed.