ମାଲେସିଆ: ଦୁନିଆରେ ଅନେକ ପ୍ରକାରର ସାପ ଅଛନ୍ତି । ଏଥିମଧ୍ୟରୁ କିଛି ବହୁତ ଛୋଟ ହୋଇଥିବାବେଳେ ଆଉ କିଛିର ଆକାର ଏତେ ବଡ ଯେ ଆଖି ଏହାକୁ ବିଶ୍ୱାସ କରିପାରେ ନାହିଁ । ନିକଟରେ ଦୁନିଆର ସବୁଠୁ ବଡ ଅଜଗର୍ର ମୃତ୍ୟୁ ହୋଇଛି । ଏହାର ଲମ୍ବା ଥିଲା ଆଠ ମିଟର । ଅଣ୍ଡା ଦେବା ବେଳେ ଅଜଗରଟି ମୃତ୍ୟୁବରଣ କରିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଅଜଗରକୁ ଉଠାଇବା ପାଇଁ ୮ ଜଣଙ୍କର ସହାୟତା ନିଆଯାଇଥିଲା ।
ଏପ୍ରିଲ୍ ୭ ତାରିଖରେ ମାଲେସିଆର ପେନାଙ୍ଗ ଦ୍ୱୀପରୁ ଏହି ଅଜଗର ମୃତଦେହ ଉଦ୍ଧାର କରାଯାଇଛି, ଯାହାକି ଦୁନିଆର ଦୀର୍ଘତମ ଅଜଗର ଭାବେ ରେକର୍ଡ଼ କରିଥିଲା । ଅଣ୍ଡା ଦେବାବେଳେ ଏହାର ମୃତ୍ୟୁ ହୋଇଛି । ଯଦି ଏହି ଅଣ୍ଡା ଏହି ଦୁନିଆକୁ ଆସିଥାନ୍ତା, ତେବେ ବୋଧହୁଏ ସୁପର ସ୍ନେକ୍ସର ଏକ ପୁରା ସିରିଜ୍ ଯୋଡି ହୋଇଥାନ୍ତା । ଏହି ଅଜଗରର ଆକାର ଟେନିସ୍ କୋର୍ଟର ମୋଟେଇ ସହିତ ସମାନ ଥିଲା ।
ଘଟଣା ସମୟରେ ଅନେକ ଶ୍ରମିକ ସେଠାରେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ସେଠାରେ ସେମାନେ ଏହି ବିଶାଳ ଅଜଗରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ସେଠାରେ ଜରୁରୀକାଳୀନ ସେବାକୁ ଡକାଯାଇଥିଲା । ସେମାନେ ଆସି ଯାଞ୍ଚ କଲାବେଳକୁ ଅଜଗରଟିର ମୃତ୍ୟୁ ହୋଇସାରିଥିଲା । ଏହାକୁ ଉଠାଇବା ପାଇଁ ଆଠ ଜଣଙ୍କ ସାହାଯ୍ୟ ନେବାକୁ ପଡିଥିଲା । ଏହାର ଓଜନ ୨୫୦ କିଲୋଗ୍ରାମ ଥିଲା । କୁହାଯାଉଛି ଯେ ଅଜଗରଟି ଅଣ୍ଡା ଦେବାବେଳେ ମୃତ୍ୟୁ ବରଣ କରିଛିି । ସାଧାରଣତଃ ଗୋଟିଏ ଅଜଗରର ଲମ୍ବ ୩ରୁ ୬ ମିଟର ଭିତରେ ରହିଥାଏ ।
BREAKING NEWS
- ଦେବଗଡ଼ରୁ ହାତୀର କଙ୍କାଳ ଉଦ୍ଧାର
- ୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଘାଟିତ
- Strait of Hormuz: ଇରାନ କହିଲା କେମିତି ଖୋଲିବ ହର୍ମୁଜ୍…ଆମେରିକା ଆଗରେ ରଖିଲା କଠୋର ସର୍ତ୍ତ
- Women’s Reservation Bill: ମହିଳା ସଂରକ୍ଷଣକୁ ବିରୋଧୀଙ୍କ ସମର୍ଥନ! ଜାଣନ୍ତୁ କେଉଁ ଦଳ ଦେଲା ମୋଦୀ ସରକାରଙ୍କ ସାଥ୍?
- Rain Alert: ଓଡ଼ିଶା ଉପରେ ପୁଣି ବର୍ଷା ବିପଦ! ବଙ୍ଗୋପସାଗରରେ ଲଘୁଚାପ, ୫ ଦିନ ଭିଜିବ ରାଜ୍ୟ
- Modi-Vance Talks: ରୁଷୀୟ ତୈଳ ନେଇ ୧୦୦% ଟାରିଫ୍! କଥା ହେଲେ ଜେଡି ଭାନ୍ସ ଓ ପିଏମ୍ ମୋଦି
- ‘Krida O Kridabit’: ପୁସ୍ତକର ପ୍ରତି ପୃଷ୍ଠାରେ ବଞ୍ଚିରହିବ ଅଶୋକ ମହାନ୍ତିଙ୍କ କ୍ରୀଡ଼ା ପ୍ରେମ, ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ ଲୋକାର୍ପିତ
- Dharmendra Pradhan Resignation: କାହିଁକି ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରଥମ ଥର ପାଇଁ ସବୁ ଖୋଲିକି କହିଲେ…
- ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏହି ବିରୋଧୀ ଦଳ ବିଜେପି ସହ ସହମତି ପ୍ରକାଶ କଲା; ରିଜିଜୁ କହିଲେ – ‘ହୃଦୟରୁ ସ୍ୱାଗତ’
- ‘ନିଟ୍’ ପେପର ଲିକ୍ ପରେ ଆକ୍ସନ୍ ମୋଡ୍ରେ ଏନଟିଏ: ବଦଳୁଛି ସାଂଗଠନିକ ଢାଞ୍ଚା, ତିନି ପ୍ରମୁଖ ପଦବୀ ପାଇଁ ଆବେଦନ ଆହ୍ୱାନ

Comments are closed.