ମାଲେସିଆ: ଦୁନିଆରେ ଅନେକ ପ୍ରକାରର ସାପ ଅଛନ୍ତି । ଏଥିମଧ୍ୟରୁ କିଛି ବହୁତ ଛୋଟ ହୋଇଥିବାବେଳେ ଆଉ କିଛିର ଆକାର ଏତେ ବଡ ଯେ ଆଖି ଏହାକୁ ବିଶ୍ୱାସ କରିପାରେ ନାହିଁ । ନିକଟରେ ଦୁନିଆର ସବୁଠୁ ବଡ ଅଜଗର୍ର ମୃତ୍ୟୁ ହୋଇଛି । ଏହାର ଲମ୍ବା ଥିଲା ଆଠ ମିଟର । ଅଣ୍ଡା ଦେବା ବେଳେ ଅଜଗରଟି ମୃତ୍ୟୁବରଣ କରିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଅଜଗରକୁ ଉଠାଇବା ପାଇଁ ୮ ଜଣଙ୍କର ସହାୟତା ନିଆଯାଇଥିଲା ।
ଏପ୍ରିଲ୍ ୭ ତାରିଖରେ ମାଲେସିଆର ପେନାଙ୍ଗ ଦ୍ୱୀପରୁ ଏହି ଅଜଗର ମୃତଦେହ ଉଦ୍ଧାର କରାଯାଇଛି, ଯାହାକି ଦୁନିଆର ଦୀର୍ଘତମ ଅଜଗର ଭାବେ ରେକର୍ଡ଼ କରିଥିଲା । ଅଣ୍ଡା ଦେବାବେଳେ ଏହାର ମୃତ୍ୟୁ ହୋଇଛି । ଯଦି ଏହି ଅଣ୍ଡା ଏହି ଦୁନିଆକୁ ଆସିଥାନ୍ତା, ତେବେ ବୋଧହୁଏ ସୁପର ସ୍ନେକ୍ସର ଏକ ପୁରା ସିରିଜ୍ ଯୋଡି ହୋଇଥାନ୍ତା । ଏହି ଅଜଗରର ଆକାର ଟେନିସ୍ କୋର୍ଟର ମୋଟେଇ ସହିତ ସମାନ ଥିଲା ।
ଘଟଣା ସମୟରେ ଅନେକ ଶ୍ରମିକ ସେଠାରେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ସେଠାରେ ସେମାନେ ଏହି ବିଶାଳ ଅଜଗରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ସେଠାରେ ଜରୁରୀକାଳୀନ ସେବାକୁ ଡକାଯାଇଥିଲା । ସେମାନେ ଆସି ଯାଞ୍ଚ କଲାବେଳକୁ ଅଜଗରଟିର ମୃତ୍ୟୁ ହୋଇସାରିଥିଲା । ଏହାକୁ ଉଠାଇବା ପାଇଁ ଆଠ ଜଣଙ୍କ ସାହାଯ୍ୟ ନେବାକୁ ପଡିଥିଲା । ଏହାର ଓଜନ ୨୫୦ କିଲୋଗ୍ରାମ ଥିଲା । କୁହାଯାଉଛି ଯେ ଅଜଗରଟି ଅଣ୍ଡା ଦେବାବେଳେ ମୃତ୍ୟୁ ବରଣ କରିଛିି । ସାଧାରଣତଃ ଗୋଟିଏ ଅଜଗରର ଲମ୍ବ ୩ରୁ ୬ ମିଟର ଭିତରେ ରହିଥାଏ ।
BREAKING NEWS
- ନ୍ୟୁମେରୋଲଜି ବଦଳାଇଦେଲା ଜୀବନ: ମୁସଲମାନ ହୋଇ ମଧ୍ୟ ନୁଶରତ କରନ୍ତି ମାଆ ସନ୍ତୋଷୀଙ୍କ ବ୍ରତ
- ଘରେ ପହଞ୍ଚିବନି ରୋଷେଇ ଗ୍ୟାସ ସିଲିଣ୍ଡର, ସଂଘ ଦେଲା ଚେତାବନୀ
- ଏହି ଘାସ କଣ୍ଟ୍ରୋଲ କରେ ହାଇ ବିପି.. !
- ସମ୍ୱଲପୁରରେ ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
- ଏହି ତେଲର ୨ ବୁନ୍ଦା ନାଭିରେ ପକାନ୍ତୁ, କେଶ ହେବ କଳା
- ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ, ୭ ଦିନ ଧରି ନିଖୋଜ ଥିଲା ନାବାଳକ
- ମହାପ୍ରଭୁଙ୍କର ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
- ଏହିସବୁ କ୍ୟାରିୟର ମୂଳାଙ୍କ ୧ ଥିବା ବ୍ୟକ୍ତିଙ୍କ ପାଇଁ ବେଷ୍ଟ…
- ଶ୍ରୀ ଭାଗବତ ସାର ୧୩: ଜ୍ଞାନ ଓ ବୈରାଗ୍ୟ ପ୍ରଭାବରେ ମଣିଷ ମନରେ ନିଷ୍କାମ ଭକ୍ତି ଜାଗ୍ରତ ହୁଏ
- ନୂଆ ରାସନ କାର୍ଡ ବଣ୍ଟନ ପାଇଁ ଜୋରଦାର ପ୍ରସ୍ତୁତି: ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି ବାଧ୍ୟତାମୂଳକ
Comments are closed.